ଓଡ଼ିଶା ଉପରେ କେନ୍ଦ୍ରୀୟ ନେତାଙ୍କ ଫୋକସ; ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

Advertisment

ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ କରାଯିବ । ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ ହେବ ।

ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ କରାଯିବ । ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ ହେବ ।

Rahul Gandhi

Photograph: (Kanak News)

କନକ ବ୍ୟୁରୋ : ଓଡିଶା ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ପୁଣି ଓଡ଼ିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାଜ୍ୟରେ ବଡ଼ କାର୍ଯ୍ୟକ୍ରମ କରାଯିବ । ଭୋଟ ଚୋରି, ଗରିବୀ, ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଶାଳ କାର୍ଯ୍ୟକ୍ରମ ହେବ । ରାହୁଲ ଗାନ୍ଧୀ ରୋଡ଼ ଶୋ କରିବେ । ବିଶାଳସଭାରେ ଯୋଗ ଦେବେ ଓ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ନିକଟରେ ଭୁବନେଶ୍ୱରରେ ଆସିଥିଲେ ରାହୁଲ ଗାନ୍ଧୀ । ସମ୍ୱିଧାନ ବଞ୍ଚାଅ ସମାବେଶରେ ହୋଇଥିଲେ ସାମିଲ । ବରମୁଣ୍ଡା ପଡ଼ିଆରେ ସାଧାରଣ ସଭା କାର୍ଯ୍ୟକ୍ରମରେ ଦେଇଥିଲେ । ରାଜ୍ୟ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ବାରମ୍ବାର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଯାଇଥିଲେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରାହୁଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe