ବିହାର ରାଜନୀତିରେ ହଲଚଲ; ତେଜସ୍ୱୀ ଯାଦବ ଇଣ୍ତିମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

Advertisment

କିଛି ଦିନ ତଳେ ହିଁ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ ପଚରାଯାଇଥିଲା ଇଣ୍ଡି ମେଣ୍ଟ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ । ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି । ଏହାର ଉତ୍ତରରେ ରାହୁଲ ଗାନ୍ଧି କିଛି ଉତ୍ତର ଦେଇନଥିଲେ । ଏବେ ତେଜସ୍ୱୀ ଯାଦବ ନିଜକୁ ଇଣ୍ଡିମେଂଟର ପ୍ରାର୍ଥୀ ଘୋଷଣା କରିଛନ୍ତି ।

Tejashwi Yadav

Photograph: (Kanak News)

କନକ ବ୍ୟୁରୋ : ବିହାର ରାଜନୀତିରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରା ଚାଲିଛି । ଆରାରେ ଆୟୋଜିତ ସଭାରେ ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ । ଏଥିରେ ତେଜସ୍ୱୀ ଯାଦବ ନିଜକୁ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି । ମଞ୍ଚରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ ଉପସ୍ଥିତ ଥିଲେ । କିଛି ଦିନ ତଳେ ହିଁ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ ପଚରାଯାଇଥିଲା ଇଣ୍ଡି ମେଣ୍ଟ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ । ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି । ଏହାର ଉତ୍ତରରେ ରାହୁଲ ଗାନ୍ଧି କିଛି ଉତ୍ତର ଦେଇନଥିଲେ । ଏବେ ତେଜସ୍ୱୀ ଯାଦବ ନିଜକୁ ଇଣ୍ଡିମେଂଟର ପ୍ରାର୍ଥୀ ଘୋଷଣା କରିଛନ୍ତି ।

ତେଜସ୍ୱୀ କହିଛନ୍ତି, ବିହାରକୁ ଅସଲି ନା ନକଲି ମୁଖ୍ୟମନ୍ତ୍ରୀ ଦରକାର । ଜନତା ବିହାରରେ ପରିବର୍ତ୍ତନ ଚାହୁଁଛନ୍ତି ଓ ଏହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ । ଆଜି ପାଟନାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ ଅଖିଳେଶ ଯାଦବ । ଏହାପରେ ତେଜସ୍ୱୀ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ଆଜି ତେଜସ୍ୱୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ବିହାର ରାଜନୀତି ସରଗରମ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe