କନକ ବ୍ୟୁରୋ : ସଂସଦରେ ଅପରେସନ୍ ସିନ୍ଦୂରକୁ ନେଇ ବିରୋଧୀ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିବା ବେଳେ ଆଜି ଆମେରିକାର ଟାରିଫ ପ୍ଲନ୍‌କୁ ନେଇ ଆଲୋଚନା ହୋଇଥିଲା । ସଂସଦ ବାହାରେ ସାମ୍ବାଦିକମାନଙ୍କୁ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେବା ସହ ଟ୍ରମ୍ପଙ୍କ ଭାରତ ବିରୋଧୀ ବୟାନକୁ ସମର୍ଥନ କରିଛନ୍ତି । 

Advertisment

ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ ଭାରତକୁ ଏକ ‘ଡେଡ୍ ଇକୋନୋମି’  ବୋଲି କହିଥିଲେ ।  ଟ୍ରମ୍ପଙ୍କ ଏହି ବୟାନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ଟ୍ରମ୍ପଙ୍କ ବୟାନ ଏକଦମ୍ ଠିକ୍, ଯାହାକୁ କେବଳ ଭାରତ ସରକାର ଗ୍ରହଣ କରିବାକୁ ମନା କରନ୍ତି । ଟ୍ରମ୍ପଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, "ହଁ, ସେ ଠିକ୍ କହୁଛନ୍ତି ।  ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ସମସ୍ତେ ଏହା ଜାଣନ୍ତି । ସମସ୍ତେ ଜାଣନ୍ତି ଯେ ଭାରତୀୟ ଅର୍ଥନୀତି ଏକ ଡେଡ୍ ଇକୋନୋମି । ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ତଥ୍ୟ ଦେଇଛନ୍ତି ।  ସମଗ୍ର ବିଶ୍ୱ ଜାଣେ ଯେ ଭାରତୀୟ ଅର୍ଥନୀତି ଏକ ମୃତ ଅର୍ଥନୀତି । ବିଜେପି ଆଦାନୀଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥନୀତିକୁ ନଷ୍ଟ କରିଛି ।"

ଭାରତର ଯୁବପିଢ଼ିଙ୍କ ଭବିଷ୍ୟତକୁ ନଷ୍ଟ କରାଯାଉଛି'
ରାହୁଲ ଗାନ୍ଧୀ ଆଜି ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଭାରତୀୟ ଅର୍ଥନୀତିକୁ ନଷ୍ଟ କରିବାର ଅଭିଯୋଗ ଆଣିଛନ୍ତି । "ଭାରତୀୟ ଅର୍ଥନୀତି ମରିଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆଦାନୀ-ମୋଦୀ ସହଭାଗୀତା, ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ GST, MSME ଏବଂ ଚାଷୀମାନଙ୍କ ଦୁଃଖ ନବୁଝି ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅର୍ଥନୀତିକୁ ମାଟିରେ ମିଶାଇଦେଇଛନ୍ତି । ସେ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତକୁ ବି ନଷ୍ଟ କରିଛନ୍ତି କାରଣ ସେମାନଙ୍କ ପାଖରେ କୌଣସି ଚାକିରି ନାହିଁ," । ଭାରତରେ ବେରୋଜଗାରୀ ବଢ଼ିଚାଲିଛି । ତେବେ ରାହୁଲଙ୍କ ଏପରି ବୟାନ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ଆସିଛି ।