କାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା; ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା

Advertisment

ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ଏଫ୍‌ଏମ୍‌ କଲେଜର ଘଟଣା । ଜାତୀୟ ସ୍ତରରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି । ଛାତ୍ରୀଙ୍କ ବାପାଙ୍କ ସହ ଫୋନ୍‌ ଯୋଗେ କଥା ହେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ଏଫ୍‌ଏମ୍‌ କଲେଜର ଘଟଣା । ଜାତୀୟ ସ୍ତରରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି । ଛାତ୍ରୀଙ୍କ ବାପାଙ୍କ ସହ ଫୋନ୍‌ ଯୋଗେ କଥା ହେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

Odisha Bandh Called By Congress

Photograph: (Kanak News)

କନକ ବ୍ୟୁରୋ : ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଏବେ ଉଠୁଛି ପଡ଼ୁଛି ସାରା ଓଡ଼ିଶା । ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆସନ୍ତାକାଲି ଓଡ଼ିଶା ବନ୍ଦ ପାଇଁ ଡାକରା ଦେଇଛି କଂଗ୍ରେସ । ସକାଳ ୬ ରୁ ସନ୍ଧ୍ୟା ୬, ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ । କଂଗ୍ରେସ ସମେତ ଆଠ ସମଭାବାପନ୍ନ ବିରୋଧୀ ଦଳ ଏହି ବନ୍ଦ ଡାକରାରେ ସମର୍ଥନ ଜଣାଇଛନ୍ତି । ପୀଡ଼ିତାଙ୍କ ବଳିଦାନ ପ୍ରତି ସମ୍ମାନ ଜଣାଇ ନ୍ୟାୟିକ ତଦନ୍ତ ଦାବି ଏବଂ ମହିଳା ସୁରକ୍ଷା ପାଇଁ ଦେଇଛନ୍ତି ଅଖ ଚକ ବନ୍ଦ ଡାକରା । ଆମ୍ବୁଲାନ୍ସ ସହ କିଛି ଜରୁରୀ ସେବାକୁ ଛାଡ଼ିଦେଲେ କଂଗ୍ରେସ ସ୍କୁଲ, କଲେଜ, ୟୁନିଭସିର୍ଟି, ପରିବହନ ସବୁ କିଛି ବନ୍ଦ କରିବ । ପ୍ରତି ଛକରେ ପିକେଟିଂ କରି ଧାରଣା ଦେବ କଂଗ୍ରେସ ।

ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ଏଫ୍‌ଏମ୍‌ କଲେଜର ଘଟଣା । ଜାତୀୟ ସ୍ତରରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି । ଛାତ୍ରୀଙ୍କ ବାପାଙ୍କ ସହ ଫୋନ୍‌ ଯୋଗେ କଥା ହେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଫୋନ୍‌ରେ ଆଲୋଚନା ବେଳେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବାଲେଶ୍ୱର ଘଟଣାରେ ଓଡ଼ିଶା ଆସିବା ନେଇ ରଣନୀତି ପ୍ରସ୍ତୁତ କରୁଛି ଦଳ । ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସଂସଦରେ ଓଡ଼ିଶା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି ବୋଲି କହିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ।

ଗତ କିଛି ମାସ ହେଲା ଏଆଇସିସିର ଫୋକସରେ ରହିଛି ଓଡ଼ିଶା । ପ୍ରମୁଖ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇବା ସହ ରାସ୍ତାକୁ ଓହ୍ଲାଉଛି । ତେଣୁ କାଲିର ଆନ୍ଦୋଳନ ଜୋରଦାର ହେବ ବୋଲି ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe