Narendra Modi : ଓଡ଼ିଶା ଆସିବେ ମୋଦୀ : ଏଥର କରିବେ କି ବଡ଼ ଘୋଷଣା

୨୪ ସାଧାରଣ ନିର୍ବାଚନ ସମୟରେ ମୋଦୀ ବ୍ରହ୍ମପୁରରେ ସଭା କରିଥିଲେ …ପରେ ପରେ ଫଳାଫଳ କଣ ହେଲା ତାହା ପୂରା ଓଡ଼ିଶା ଦେଖିଲା । ଏବେ ପୁଣି ଥରେ ମୋଦୀ ବ୍ରହ୍ମପୁର ଗସ୍ତରେ ଆସୁଥିବାରୁ ସ୍ଥାନୀୟ ଅଂଚଳର ନେତା, କର୍ମୀ ଓ ସାଧାରଣ ଜନତା ସମସ୍ତେ ଉତ୍ସାହିତ

Narendra Modi

Narendra Modi Photograph: (Kanak News)

କନକ ବ୍ୟୁରୋ: ଦକ୍ଷିଣରେ ପଶିବ, ଉତ୍ତର ଆଡୁ ଦଖଲ କରି କରି  ଯିବ । ୨୭ରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜନ ହେବାକୁ ଥିବା ଜନ ସମାବେଶରେ ସାମିଲ ହେବେ ପିଏମ୍‌ । ମୋଦୀଙ୍କ ଗସ୍ତ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିବା ପରେ କିଛି ଏମିତି ଚର୍ଚ୍ଚା ହେଉଛି । ୨୪ ସାଧାରଣ ନିର୍ବାଚନ ସମୟରେ ମୋଦୀ ବ୍ରହ୍ମପୁରରେ ସଭା କରିଥିଲେ …ପରେ ପରେ ଫଳାଫଳ କଣ ହେଲା ତାହା ପୂରା ଓଡ଼ିଶା ଦେଖିଲା । ଏବେ ପୁଣି ଥରେ ମୋଦୀ ବ୍ରହ୍ମପୁର ଗସ୍ତରେ ଆସୁଥିବାରୁ ସ୍ଥାନୀୟ ଅଂଚଳର ନେତା, କର୍ମୀ ଓ ସାଧାରଣ ଜନତା ସମସ୍ତେ ଉତ୍ସାହିତ । 

ବିଜେପି ଫୋକସ୍‌ରେ ଓଡ଼ିଶା
୨୭ରେ ଓଡ଼ିଶା ଆସିବେ ମୋଦୀ
ବ୍ରହ୍ମପୁରର ଜନ ସମାବେଶରେ ହେବେ ସାମିଲ

ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦୀ
ମୋଦୀ ଆସିବେ…କରିବେ କି ବଡ଼ ଘୋଷଣା

ଯେବେ ଯେବେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଛନ୍ତି ସେବେ ସେବେ ରାଜ୍ୟକୁ କିଛି ନା କିଛି ଭେଟି ଦେଇଛନ୍ତି । ତେଣୁ ୨୭ ତାରିଖରେ ମୋଦୀ ଓଡ଼ିଶା ଆସୁଥିବାରୁ ପୁଣିକିଛି ନୂଆ ଭେଟି ଦେବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କଥାହେଲା, ସାଧାରଣ ନିର୍ବାଚନ ପରେ ବିଜେପି ଧୀରେ ଧୀରେ ଦକ୍ଷିଣରେ ନିଜର କାୟା ବିସ୍ତାର କରୁଛି । ଦିନେ ଗଂଜାମ ବିଜେଡିର ଗଡ଼ ଥିବା ବେଳେ ଏବେ କିନ୍ତୁ ସେଇଠି ରାଜ୍ କରୁଛି ବିଜେପି । ଏବେ ପୁଣି ଥରେ ଦକ୍ଷିଣ ଓଡ଼ିଶା ଗସ୍ତରେ ପିଏମ୍‌ ଆସୁଥିବାରୁ ବିଜେପି ଫୋକସ୍‌ରେ ଦକ୍ଷିଣ ଓଡ଼ିଶା ବୋଲି ସ୍ପଷ୍ଟ ହୋଇଛି । 

୧୭ରେ ମୋଦୀଙ୍କ ଜନ୍ମଦିନ
ସପ୍ତାହେ ବ୍ୟାପି ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ମୋଦୀଙ୍କ ଜନ୍ମଦିନ ପାଇଁ ସାରା ଦେଶରେ ସପ୍ତାହେ ବ୍ୟାପି ଯୁବ ସମାବେଶର କାର୍ଯ୍ୟକ୍ରମ ହେଉଛି । ଆଉ ଓଡ଼ିଶାରେ ବି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ରାଜସ୍ବମନ୍ତ୍ରୀଙ୍କ କହିବା ଅନୁସାରେ, ମୋଦୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି । ସେ ନିଜେ ଯାଇ ସମୀକ୍ଷା ମଧ୍ୟ କରିବେ । ଖାଲି ଏତିକି ନୁହେଁ ବରଂ ଦ୍ବିତୀୟ କାର୍ଯ୍ୟକ୍ରମ ପାଇଁ ବି ଅନୁରୋଧ କରାଯାଇଛି । ହେଲେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇନଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ମୋଟ୍‌ ଉପରେ ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ତେବେ ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମୋଦୀ କେତେବେଳେ ଓଡ଼ିଶାରେ ପହଞ୍ଚିବେ…କେଉଁ ସମୟରେ ଜନସଭାକୁ ସମ୍ବୋଧିତ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe