କନକ ବ୍ୟୁରୋ : ବାହାର ଠିକାଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଯାନ୍ତ୍ରିକ ବିଭାଗ ଗୁଡ଼ିକରେ ସର୍ଭେ, ଅନୁସନ୍ଧାନ, ଡିଜାଇନ, ଏଷ୍ଟିମେଟ୍ ଆଦି ପ୍ରାରମ୍ଭିକ କାର୍ଯ୍ୟଗୁଡ଼ିକ ପାଇଁ ସ୍ବତନ୍ତ୍ର ଉପବିଭାଗ ଅଛି । କିଛି ବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀମାନେ ଏ ସମସ୍ତ କାମ ତୁଲାଉଥିଲେ । ଏବେ କାହିଁକି ଆଉଟସୋର୍ସିଂ ମାଧ୍ୟମର ଅଭ୍ୟୂଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ୧୦ ବର୍ଷ ଭିତରେ କେଉଁ ବିଭାଗକୁ, କେଉଁ ବେସରକାରୀ ସଂସ୍ଥାଗୁଡ଼ିକୁ ଆଉଟସୋର୍ସିଂ ମାଧ୍ୟମରେ କେଉଁ ପ୍ରକାର କାମ ଦିଆଯାଇଛି, ତା’ର ତଥ୍ୟ ସଂଗ୍ରହ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

‘ବାହାର ଠିକାଦାରଙ୍କୁ ଠାବ କର’
ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ
ପ୍ରଶାସନିକସ୍ତରରେ ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
୧୦ ବର୍ଷର ପୁରୁଣା ଫାଇଲ୍ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଛୋଟ ଛୋଟ କାମ, ପ୍ରକଳ୍ପ ସର୍ଭେ, ଅନୁସନ୍ଧାନ, ଡିଜାଇନ୍, ଏଷ୍ଟିମେଟ୍ ଓ ଡିପିଆର ପ୍ରସ୍ତୁତ ପାଇଁ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯିବା ଅସୁସ୍ଥ ପରମ୍ପରା
ଏହା ସରକାରୀ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
କେଉଁ ବିଭାଗକୁ କେତେ ବେସରକାରୀ ସଂସ୍ଥାକୁ କେତେ ଟଙ୍କା କାମ ଦିଆଯାଇଛି, ତା’ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ମାସକ ଭିତରେ ସବିଶେଷ ବିବରଣୀ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ