President Draupadi Murmu Photograph: (Kanak News)
କନକ ବ୍ୟୁରୋ : ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭା ଶୀତକାଳୀନ ଅଧିବେଶନ । ପ୍ରଥମଥର ପାଇଁ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନଭେମ୍ବର ଶେଷରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି । ସେଥିପାଇଁ ବିଧାନସଭାକୁ ନୂଆ ରୂପରେ ସଜାଯାଉଛି ।
ଯଦିଓ ରାଷ୍ଟ୍ରପତିଙ୍କ ଗସ୍ତର ପୂରା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଆସିନାହିଁ । ତେବେ ବିଧାନସଭା ଗୃହରେ ସମ୍ବୋଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିପାରନ୍ତି ସରକାର । ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ବିଧାନସଭା ବସୁଥିବାର ଅଧିବେଶନ ବେଶ୍ ସରଗରମ ହୋଇପାରେ ଗୃହ ।
Follow Us