ତୁଟିବ ମହାନଦୀ ବିବାଦ ! ଡିସେମ୍ବରରେ ମୋହନ-ବିଷ୍ଣୁଦେଓ ସାକ୍ଷାତ !

Advertisment

ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବର ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ ।

Mahanadi Water Dispute

Photograph: (Kanak News)

କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଗକୁ ବଢିଲେ ସରକାର । ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ଏକାଠି କାମ କରିବେ । ସେପ୍ଟେମ୍ବର ମାସରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଟେକ୍ନିକାଲ କମିଟି ପ୍ରତି ସପ୍ତାହରେ ବସିବେ । ମହାନଦୀ ପାଣି ଭାଗବଣ୍ଟା ନେଇ ଏକ ଫ୍ରେମ୍‌ୱର୍କ ପ୍ରସ୍ତୁତ କରିବେ ।

ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବର ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦର କିପରି ଦୀର୍ଘସ୍ଥୟୀ ସମାଧାନ ହୋଇପାରିବ, ସେ ଦିଗରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe