ବିଧାନସଭାରେ ଉଠିଲା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ; ମଣ୍ଡି ଜଗିବେ ମନ୍ତ୍ରୀ

ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେଡି ମୂଲତବୀ ପ୍ରସ୍ତାବ ଆଣିଥିଲା । ଧାନ ଉଠାଣ ବିଳମ୍ବ, ପଞ୍ଜୀକରଣ, ଟୋକନ୍‌ ସମସ୍ୟା ଓ ଏମ୍‌ଏସ୍‌ପି ଦ୍ୱନ୍ଦ୍ୱ ଯୋଗୁଁ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରି ଗୃହରେ ବର୍ଷିଛନ୍ତି ବିଜେଡି ବିଧାୟକ ।

Paddy Procurement

Paddy Procurement Photograph: (KanakNews)

କନକ ବ୍ୟୁରୋ : ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । କାଲିଠୁ ସମ୍ବଲପୁର, ବରଗଡରେ ସ୍ୱାଭାବିକ ହୋଇଥିଲେ ବି ଟୋକନ ସମସ୍ୟା ଓ ଏମଏସପିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜବାବ ରଖିବା ସହ ବିରୋଧୀଙ୍କୁ କଡା ଜବାବ ଦେଇଛି ଶାସକ ଦଳ ।

ଖରିଫ୍ ଧାନ କିଣିବା ପାଇଁ ଗତ ୨୮ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିଥିଲେ ବି ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଛି । ଏହାକୁ ନେଇ ସରକାରଙ୍କ ଘେରିଛନ୍ତି ବିରୋଧୀ । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେଡି ମୂଲତବୀ ପ୍ରସ୍ତାବ ଆଣିଥିଲା । ଧାନ ଉଠାଣ ବିଳମ୍ବ, ପଞ୍ଜୀକରଣ, ଟୋକନ୍‌ ସମସ୍ୟା ଓ ଏମ୍‌ଏସ୍‌ପି ଦ୍ୱନ୍ଦ୍ୱ ଯୋଗୁଁ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରି ଗୃହରେ ବର୍ଷିଛନ୍ତି ବିଜେଡି ବିଧାୟକ । ମିଲର ଏବଂ ମଣ୍ଡି ଟାଗିଂ ପ୍ରକ୍ରିୟା ସରି ନଥିବାରୁ ଧାନ କେମିତି ଉଠିବ ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ସଦସ୍ୟ ବି ସରକାରକୁ ଘେରିଛନ୍ତି । କଡ଼ା ଜବାବ ରଖିଛି ଶାସକ ଦଳ ।

ଅଧିକ ପଢ଼ନ୍ତୁ : ଚାଷୀଙ୍କୁ ସ୍ୱପ୍ନ ଦେଖାଇଲେ ସରକାର; ୧୨ ହଜାର ଡେଇଁବ ମାସିକ ଆୟ

ମଣ୍ଡିକୁ ନେଇ ଶାସକ, ବିରୋଧ ସଦସ୍ୟଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଛନ୍ତି, ଧାନ ସଂଗ୍ରହ ସମୟରେ ସମନ୍ୱୟ ପାଇଁ ଏକ ମନ୍ତ୍ରୀସ୍ତରୀୟ ଉପକମିଟି ଗଠନ ହୋଇଛି । ମନ୍ତ୍ରୀମାନଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଣ୍ଡିରେ ଦୁର୍ନୀତି ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ମଣ୍ଡିରେ ସିସିଟିଭି ଏବଂ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ପାଇଁ ଧାନ ସଂଗ୍ରହ କିଛି ସ୍ଥାନରେ ବିଳମ୍ବ ହୋଇଛି । କିନ୍ତୁ ଧାନ ସଂଗ୍ରହ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ବରଗଡ଼ ଓ ସମ୍ବଲପୁରର କିଛି ମଣ୍ଡିରେ କାଲିଠୁ ଧାନ ଉଠାଣ ଆରମ୍ଭ ହୋଇଥିଲେ ବି ଅନ୍ୟ ସ୍ଥାନରେ ସ୍ୱାଭାବିକ ହୋଇନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe