ଅତିରିକ୍ତ ବଜେଟ୍ : ଶିକ୍ଷା ପାଇଁ ୨୩୨୭ କୋଟି ଟଙ୍କା ବ୍ୟୟବରାଦ

ବିଧାନସଭାର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ଶିକ୍ଷା ପାଇଁ ମୋଟ ୨୩୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

health

health Photograph: (kanak news)

କନକ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ଶିକ୍ଷା ପାଇଁ ମୋଟ ୨୩୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ବାବଦରେ ୩୦୭ କୋଟି ବ୍ୟୟବରାଦ କରାଯାଇଥିବାବେଳେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି, ପିଏମ୍ ପୋଷଣ ପାଇଁ ରାଜ୍ୟ ସହାୟତା ବାବଦରେ ୩୯୨ କୋଟି, ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି, ପ୍ରଧାନମନ୍ତ୍ରୀ ଜନଜାତୀୟ ଆଦିବାସୀ ନ୍ୟାୟ ମହା ଅଭିଯାନ ପାଇଁ ୧୮୮ କୋଟି ଏବଂ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅତିରିକ୍ତ ବଜେଟ୍: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି

ସେହିପରି ଏମଏସଏମଇ ଓ ଉଦ୍ୟୋଗ ପାଇଁ ୩୩୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତା ସହିତ କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪୩୨୯ କୋଟି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି ଟଙ୍କ ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe