ଓଡ଼ିଶା ବନ୍ଦ : ଜାଣନ୍ତୁ କଣ ଖୋଲା ରହିବ, କଣ ବନ୍ଦ ହେବ

ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ ।

Odisha Bandh Update

Odisha Bandh Update Photograph: (Kanak News)

କନକ ବ୍ୟୁରୋ: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ ।  

ତେବେ ଜାଣନ୍ତୁ କଣ ବନ୍ଦ ରହିବ କଣ ଖୋଲା ରହିବ 
- ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା
- ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ
- ସ୍କୁଲ, କଲେଜ ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ
- ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ
- ଦୋକାନ ବଜାର ବନ୍ଦ ରହିବ 
- ପେଟ୍ରୋଲ ପମ୍ପ ବନ୍ଦ ରହିବ
- ହସପିଟାଲ ଖୋଲା ରହିବ
- ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ ଖୋଲା ରହିବ
- ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ଖୋଲା ରହିବ
- ସରକାରୀ କାର୍ଯ୍ୟାଳୟ ଖୋଲା ରହିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe