୧୭ରେ ଓଡ଼ିଶା ବନ୍ଦ ଡାକରା : ତେଜୁଛି  ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା

ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ । ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ ।

Odisha Bandh

Photograph: (kanaknews)

କନକ ବ୍ୟୁରୋ : ରାଜନୀତିରେ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ଏହାରି ଭିତରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ ।

ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ । ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ୍ । କ୍ୟାଣ୍ଡେଲ ଶୋଭାଯାତ୍ରା କରି ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ କଂଗ୍ରେସ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆଦ୍ୱାନ ଦେଇଛି ଦଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe