Droupadi Murmu Photograph: (Kanak News)
କନକ ବ୍ୟୁରୋ : ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଅଧିବେଶନ ଐତିହାସିକ ହେବାକୁ ଯାଉଛି । କାରଣ ଏଥର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ପାଖାପାଖି ଘଣ୍ଟାଏ ଧରି ଗୃହକୁ ସମ୍ବୋଧନ କରିବେ ମହାମହିମ । ପ୍ରଥମ ଥର ବିଧାନସଭାରୁ ରାଷ୍ଟ୍ରପତି କ’ଣ ବାର୍ତ୍ତା ଦେବେ ତାକୁ ନେଇ ଉତ୍କଣ୍ଠା ।
ଅଧିକ ପଢ଼ନ୍ତୁ : ବିଧାନସଭା ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଐତିହାସିକ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆସନ୍ତାକାଲି ଦିନ ୨ଟା ୩୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନ ଯାଇ ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ । ସାଢେ ୪ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଘଣ୍ଟାଏ ଧରି ବିଧାନସଭାରେ ରହିବେ ମହାମହିମ । ଯେଉଁଠି ରାଜନୀତିର ନୂଆ ପରିଚୟ ମିଳିଥିଲା ସେହିଠାରୁ ରାଜବାସୀଙ୍କୁ ସମ୍ବୋଧିତ କରିବେ । କ’ଣ କହିବେ ମହାମହିମ ? ଯାହାକୁ ନେଇ ଜନପ୍ରତିନିଧିଙ୍କ ଠାରୁ ନେଇ ଜନତାଙ୍କ ଯାଏ ଉତ୍କଣ୍ଠା । ଏଥିପାଇଁ ବିଧାନସଭା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ପ୍ରସ୍ତୁତି ଚାଲିଛି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭାକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଛନ୍ତି । ଭୁବନେଶ୍ୱର ବିମାନର ବନ୍ଦରରୁ ରାଜଭବନ ଏବଂ ରାଜଭବନରୁ ବିଧାନସଭା ପର୍ଯ୍ୟନ୍ତ କାରେକେଡ୍ ରିହରସାଲ କରାଯାଇଛି ।
Follow Us