କନକ ବ୍ୟୁରୋ : ଉପନିର୍ବାଚନ ପୂର୍ବରୁ ନୂଆପଡ଼ା ରାଜନୀତିରେ ବଡ଼ ଓଲଟପାଲଟ ହୋଇଛି । ବିଜେଡିକୁ ଲାଗିଛି ଶକ୍ତ ଝଟକା । ଅପ୍ରତ୍ୟାଶିତ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିଜେଡି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଏବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।
କଂଗ୍ରେସରୁ ଘାଷିରାମ ମାଝି ଟିକେଟ ପାଇଥିବା ବେଳେ ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେବା ଏକପ୍ରକାରର ନିଶ୍ଚିତ ହୋଇସାରିଛି । ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ମାନସ ମନ୍ଥନ ଚଳାଇଛି । ଗତକାଲି ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କମିଟି ସଦସ୍ୟମାନେ ନୂଆପଡ଼ା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକ ସରିବା ପରେ ଗଣମାଧ୍ୟମକୁ କମିଟି ପକ୍ଷରୁ ସୂଚନା ଦେଇ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ନବୀନଙ୍କ ଉପରେ ଲୋକଙ୍କ ଭରସା ଅଛି । ସେ ଯାହାକୁ ପ୍ରାର୍ଥୀ କରିବେ ସେ ବହୁତ୍ ଭୋଟ ବ୍ୟବଧାନରେ ବିଜୟୀ ହେବେ । ଖୁବ୍ଶୀଘ୍ର ନୂଆପଡ଼ା ବିଜେଡି ପ୍ରାର୍ଥୀ ଘୋଷଣା କରିବେ ନବୀନ । ବିଜେଡି ପକ୍ଷରୁ କେବେ ବି ଜୟ ଢୋଲକିଆଙ୍କ ନାମ କୁହାଯାଇନାହିଁ ।
ସେପଟେ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବସନ୍ତ ପଣ୍ଡା କହିଛନ୍ତି, ସେ ଅସନ୍ତୁଷ୍ଟ ନୁହନ୍ତି । ତାଙ୍କୁ କେହି ବି ବୁଝାଇନାହାନ୍ତି । ମନରେ କୋହ ନାହିଁ, କିନ୍ତୁ ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ । ଜୟ ଢୋଲକିଆ ପ୍ରାର୍ଥୀ ହୋଇନାହାନ୍ତି । ବିଜେପି ଯାହାକୁ ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି । ମୁଁ ଦଳ ପାଇଁ ପ୍ରଚାର କରିବି । ମୋ ପୁଅ ବି ପଦ ପଦବୀ ଆଶାରେ କାମ କରୁନାହିଁ । ମାଟିର ସେବା ପାଇଁ ରାଜନୀତିକୁ ଆସିଛି ବୋଲି କହିଛନ୍ତି ବସନ୍ତ ପଣ୍ଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/12/nuapada-bypoll-2025-10-12-07-46-58.jpg)