ନୂଆପଡ଼ା ଉପନିର୍ବାଚନ; ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛି । ରାଜନୈତିକ ପ୍ରଚାର ପାଇଁ ବିଜେପି ପୂରା ସରକାରୀ କଳକୁ ବ୍ୟବହାର କରୁଛି ।

Nuapada by-election

Nuapada by-election Photograph: (Kanak News)

କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ସେୟାର କରିଥିବା ଅଭିଯୋଗ କରିଛି କଂଗ୍ରେସ । ଦଳ ଆହୁରି ଅଭିଯୋଗ କରିଛି ଯେ, ସେଠି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ କରିଛନ୍ତି । ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି ।

ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛି । ରାଜନୈତିକ ପ୍ରଚାର ପାଇଁ ବିଜେପି ପୂରା ସରକାରୀ କଳକୁ ବ୍ୟବହାର କରୁଛି । ସରକାରୀ ହୋଡ଼ିଂରେ ବିଜେପି ନିଜର ରାଜନୈତିକ ପ୍ରଚାର କରୁଛି ଏବଂ ବ୍ୟାନରରେ ବିଜେପିର ଚିହ୍ନ ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ବିଜେଡି ଅଭିଯୋଗ କରିଛି । ଏହାସହ ନୂଆପଡ଼ାରେ ଆଚରଣ ବିଧି ଉଲଙ୍ଘନ କରି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ବୈଠକ କରିଥିବା ମଧ୍ୟ ଅଭିଯୋଗ କରି ବିଜେଡି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe