କନକ ବ୍ୟୁରୋ : ନୂଆଖାଇ ଭେଟ୍‌ଘାଟ୍ ପାଇଁ ଜୋରଦାର୍ ପ୍ରସ୍ତୁତି । ସମ୍ୱଲପୁର ସମଲେଶ୍ୱରୀ ମନ୍ଦିର ପାର୍କିଂ ପଡ଼ିଆରେ ଆସନ୍ତାକାଲି ହେବ ନୂଆଖାଇ ଭେଟ୍‌ଘାଟ୍‌ । ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବେ ଶାସକ ଓ ବିରୋଧୀ ।

Advertisment

ସମ୍ୱଲପୁରରେ ନୂଆଖାଇ ଭେଟ୍‌ଘାଟ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରାଶାସନିକ ସ୍ତରରେ ସରିଛି ସମସ୍ତ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀଙ୍କ ସହ ସହ ଶାସକ ଓ ବିରୋଧୀ ସମସ୍ତେ ବସିବେ ଗୋଟିଏ ମଞ୍ଚରେ । ଏକାଠି ହେବ ପୂରା ପଶ୍ଚିମ ଓଡ଼ିଶା। ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଥିମ୍‌ ଡ୍ୟାନ୍ସରେ ବିମୋହିତ ହେବେ ଦର୍ଶକ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସନ୍ଧ୍ୟା ୬ଟାରେ ଭେଟ୍‌ଘାଟ୍‌ରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମଲେଇ ମନ୍ଦିରରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେଉଥିବାରୁ ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିବ । ନୂଆଖାଇ ଭେଟ୍‌ଘାଟ୍‌ରେ ସନ୍ଧ୍ୟା ୫ଟାରୁ ରାତି ୧୦ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ ।