ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ୯ ବିଧାୟକ

Advertisment

ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାସହିତ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି ।

ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାସହିତ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି ।

Naveen Niwas

Naveen Niwas Photograph: (Kanak News)

କନକ ବ୍ୟୁରୋ : ନବୀନ ନିବାସରେ ବିରୋଧୀଦଳ ନେତାଙ୍କୁ ଭେଟିଲେ ୯ ବିଜେଡି ବିଧାୟକ । ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ସଂଗଠନ ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାସହିତ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଧାୟିକା ମନୋରମା ମହାନ୍ତି, ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ଅଶ୍ୱିନୀ ପାତ୍ର, ବ୍ରଜକିଶୋର ପ୍ରଧାନ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ, ଚକ୍ରମଣି କଂହର, ଗୌତମ ବୁଦ୍ଧ ଦାସ ଓ ମାଧବ ଧଡ଼ା ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ : ନବୀନଙ୍କ ନିଷ୍ପତ୍ତିକୁ ଫୁ’ କରି ଉଡାଇଦେଲେ ଯାଜପୁରିଆ ନେତା; ପ୍ରମିଳାଙ୍କ ବାସଭବନରେ ବସିଲା ପ୍ରଭାବଶାଳୀଙ୍କ ବୈଠକ

ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଲା ବିଜେଡି । ଓଡ଼ିଶାବାସୀ ଆକୁଣ୍ଠ ସମର୍ଥନ ଦେଲେ । ନେତା ବିଧାନସଭାକୁ ଗଲେ ବିଧାୟକ ହେଲେ । ମନ୍ତ୍ରୀ ବି ହେଲେ । ସାଂସଦ ବନିଲେ । ତଥାପି ଆଜି ପର୍ଯ୍ୟନ୍ତ ନିଜ ଉପରେ ଭରସା କରିପାରିଲେନି । ଏବେବି ନବୀନଙ୍କ ନାଁରେ ପୁଣି ପାରି ହେବାକୁ ଚାଲିଛି ପ୍ରତିଯୋଗିତା ।

ପ୍ରଥମେ ପ୍ରଥମେ ବିଜେଡିର ପୋଷ୍ଟର ବୟ ସାଜିଥିଲେ ବିଜୁ ବାବୁ । ଧିରେ ଧିରେ ବଦଳିଯାଇଥିଲା ରାଜନୈତିକ ଦୃଶ୍ୟପଟ୍ଟ । ନବୀନ ପାଲଟିଯାଇଥିଲେ ବିଜେଡିର ନଂ-୧ ଷ୍ଟାର । ଦୀର୍ଘ ୨୪ବର୍ଷ ହେଲା ତାଙ୍କୁ ଆଗରେ ରଖି ନିର୍ବାଚନୀ ବୈତରଣୀ ପାର ହେଉଥିଲେ ନେତା । ବିଧାୟକ ହୋଇଥିଲେ, ସାଂସଦ ହୋଇଥିଲେ, ମନ୍ତ୍ରୀ ବି ବନିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏବେ ବି ସବୁ ବିଜେଡି ନେତା ସେହି ନବୀନଙ୍କ ଉପରେ ଭରସା କରୁଛନ୍ତି । କୋଉଠି ନା କୋଉଠି ପ୍ରତିଦିନ ନବୀନଙ୍କ ଜୟଗାନ କରୁଛନ୍ତି । ଲାଗୁଛି ଯେମିତି ନବୀନଙ୍କ ବିନା ଏମାନଙ୍କର ରାଜନୈତିକ ଅସ୍ଥିତ୍ୱ କିଛି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe