ବିଧାନସଭାରେ ବଢ଼ିବ କି ବିଧାୟକଙ୍କ ସିଟ୍ ସଂଖ୍ୟା? ମନ୍ତ୍ରୀଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

Advertisment

ନିର୍ମାଣ ହେବାକୁ ଯାଉଛି ନୂଆ ବିଧାନସଭା ସହିତ ଲୋକସେବା ଭବନ । ଆଉ ଏହି ନୂଆ ବିଧାନସଭାରେ ବସିପାରିବେ ୩୦୦ରୁ ଅଧିକ ବିଧାୟକ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଚର୍ଚ୍ଚା ହେଉଛି ଯେ, ଆଗକୁ କଣ ବିଧାନସଭାର ସିଟ୍ ବଢ଼ିବ କି?

ନିର୍ମାଣ ହେବାକୁ ଯାଉଛି ନୂଆ ବିଧାନସଭା ସହିତ ଲୋକସେବା ଭବନ । ଆଉ ଏହି ନୂଆ ବିଧାନସଭାରେ ବସିପାରିବେ ୩୦୦ରୁ ଅଧିକ ବିଧାୟକ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଚର୍ଚ୍ଚା ହେଉଛି ଯେ, ଆଗକୁ କଣ ବିଧାନସଭାର ସିଟ୍ ବଢ଼ିବ କି?

ODISHA ASSEMBLY

ODISHA ASSEMBLY Photograph: (KANAK NEWS)

କନକ ବ୍ୟୁରୋ: ନିର୍ମାଣ ହେବାକୁ ଯାଉଛି ନୂଆ ବିଧାନସଭା ସହିତ ଲୋକସେବା ଭବନ । ଆଉ ଏହି ନୂଆ ବିଧାନସଭାରେ ବସିପାରିବେ ୩୦୦ରୁ ଅଧିକ ବିଧାୟକ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଚର୍ଚ୍ଚା ହେଉଛି ଯେ, ଆଗକୁ କଣ ବିଧାନସଭାର ସିଟ୍ ବଢ଼ିବ କି?

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ମୁତାବକ, ନୂଆ ଲୋକସେବା ଭବନ ତିଆରି ହେବାର ଆବଶ୍ୟକତା ରହିଛି । ବିଭାଗର ସଂଖ୍ୟା, କର୍ମଚାରୀ ସଂଖ୍ୟା ବଢ଼ିଲାଣି, ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ଏନେଇ କାମ ଆରମ୍ଭ ହୋଇଥିଲା । ଏହିକ୍ରମରେ ରାଜ୍ୟର ନୂଆ ବିଧାନସଭା ଏବଂ ଲୋକସେବା ଭବନ ତିଆରି ହେବ । ଯେଉଁଥିରେ କି ୩ ଶହ ସଦସ୍ୟ ବସିପାରିବେ । ଗୋଟିଏ କ୍ୟାମ୍ପସରେ ହିଁ ଏହି ନୂଆ ଲୋକସେବା ଭବନ ସହିତ ରାଜ୍ୟ ବିଧାନସଭା ରହିବ ।

ଆହୁରି ପଢ଼ନ୍ତୁ : ଇନ୍ଦୋରରେ ଚାଇନିଜ ମାଞ୍ଜା ସଂସ୍ପର୍ଶରେ ଆସି ବାଇକ ଚାଳକଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଯେ, ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଏବଂ ନୂଆ ବିଧାନସଭା। ଏଥିପାଇଁ ୩୬୨୩ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ଏହି ନିର୍ମାଣ କାମ ହେବ । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି। ଆଜି ଲୋକସେବା ଭବନ କନ୍‌ଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ୟ୍ୟକ୍ରମ ଅବସରରେ ଏହାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ମିଳିଥିବା ସୂଚନା ଅନୁସାରେ, ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ। ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ୟ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡର ହେବ । ଯେଉଁଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ  କିଟ୍ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଜୟଦେବ ବିହାର ଛକରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି । ରାସ୍ତାର ଦୁଇ ପାର୍ଶ୍ଵରେ ଲାଗିବ ୨୨ ହଜାର ୪୧୦ ଗଛ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe