ଏକାଠି ହେଲେ ନବୀନ, ଭକ୍ତ; ବିଜେଡିରେ ବାଜିଲା କଂଗ୍ରେସ ଷ୍ଟାମ୍ପ, ସମୟ କହିବ କ’ଣ ହେବ ଭବିଷ୍ୟତ?

Advertisment

ରାଜନୈତିକ କ୍ୟାରିୟର ଆରମ୍ଭରୁ କଂଗ୍ରେସକୁ ବିରୋଧ କରି କ୍ଷମତାକୁ ଆସିଲେ । ମୁଖ୍ୟମନ୍ତ୍ରୀ ହେଲେ । ୨୪ ବର୍ଷ ଶାସନ ଗାଦିରେ ବସିଲେ । ଏବେ କ୍ଷମତାରୁ ଯିବା ପରେ କ୍ୟାରିୟରର ଶେଷ ସମୟରେ ସେହି କଂଗ୍ରେସ ହାତ ଧରି ପୁଣି ପଲଟିକାଲ କମବ୍ୟାକ୍‌ର ଇଙ୍ଗିତ କରିଛନ୍ତି ନବୀନ ପଟ୍ଟନାୟକ ।

ରାଜନୈତିକ କ୍ୟାରିୟର ଆରମ୍ଭରୁ କଂଗ୍ରେସକୁ ବିରୋଧ କରି କ୍ଷମତାକୁ ଆସିଲେ । ମୁଖ୍ୟମନ୍ତ୍ରୀ ହେଲେ । ୨୪ ବର୍ଷ ଶାସନ ଗାଦିରେ ବସିଲେ । ଏବେ କ୍ଷମତାରୁ ଯିବା ପରେ କ୍ୟାରିୟରର ଶେଷ ସମୟରେ ସେହି କଂଗ୍ରେସ ହାତ ଧରି ପୁଣି ପଲଟିକାଲ କମବ୍ୟାକ୍‌ର ଇଙ୍ଗିତ କରିଛନ୍ତି ନବୀନ ପଟ୍ଟନାୟକ ।

Congress BJD

Congress BJD Photograph: (Kanak News)

କନକ ବ୍ୟୁରୋ : ଓଡ଼ିଶା ରାଜନୀତିରେ ହୁଏତ ଏଭଳି ଦୃଶ୍ୟ କଦବା କ୍ୱଚିତ ଦେଖିବାକୁ ମିଳିଥାଇପାରେ । ଯେତେବେଳେ କଂଗ୍ରେସ ମଙ୍ଗୁଆଳଙ୍କ ସହ ଏକାଠି ବସିଛନ୍ତି ନବୀନ । ଆଉ ତାହା ବି ପୁଣି ରାଜନୈତିକ ପ୍ରସଙ୍ଗରେ ଓ ସହମତିରେ । ସମଦୂରତ୍ୱ ନୀତିରୁ ଓହରି କଂଗ୍ରେସକୁ ସହଯୋଗୀ କରିଛନ୍ତି । ମାତ୍ର ଗୋଟିଏ ରାଜ୍ୟସଭା ଆସନ ପାଇଁ ଦୀର୍ଘବର୍ଷର ବିଚାରଗତ ଲଢେଇକୁ ପଛରେ ପକାଇ ଭକ୍ତଙ୍କ ହାତରେ ହାତ ମିଶାଇଛନ୍ତି ନବୀନ । ରାଜ୍ୟର ସାମ୍ପ୍ରତିକ ସ୍ଥିତି ଉଭୟ ବିଜେଡି ଓ କଂଗ୍ରେସ ପାଇଁ କିଛି ସେଭଳି ରାଜନୈତିକ ବାଧ୍ୟବାଧ୍ୟକତା ସୃଷ୍ଟି କରିଥାଇପାରେ ।

ରାଜନୈତିକ କ୍ୟାରିୟର ଆରମ୍ଭରୁ କଂଗ୍ରେସକୁ ବିରୋଧ କରି କ୍ଷମତାକୁ ଆସିଲେ । ମୁଖ୍ୟମନ୍ତ୍ରୀ ହେଲେ । ୨୪ ବର୍ଷ ଶାସନ ଗାଦିରେ ବସିଲେ । ଏବେ କ୍ଷମତାରୁ ଯିବା ପରେ କ୍ୟାରିୟରର ଶେଷ ସମୟରେ ସେହି କଂଗ୍ରେସ ହାତ ଧରି ପୁଣି ପଲଟିକାଲ କମବ୍ୟାକ୍‌ର ଇଙ୍ଗିତ କରିଛନ୍ତି ନବୀନ ପଟ୍ଟନାୟକ । ବାମ ଓ ଡାହାଣ ପଟରେ କଂଗ୍ରେସ ନେତାଙ୍କୁ ବସାଇ ରାଜ୍ୟସଭା ନିର୍ବାଚନୀ ବୈତରଣୀ ପାର ହେବାକୁ ଚାହୁଛନ୍ତି ନବୀନ । ଏହାସହ ବିଜେଡିରେ କଂଗ୍ରେସୀକରଣ ପାଇଁ ରାସ୍ତା ଉନ୍ମୁକ୍ତ କରିଛନ୍ତି ଦଳୀୟ ସୁପ୍ରିମୋ । ସିଧାସିଧା କହିବାକୁ ଗଲେ ରାଜନୈତିକ ବିଚାରଗତ ଲଢେଇରୁ ବାହାରି ଓଡ଼ିଶାରେ କଂଗ୍ରେସ ଓ ବିଜେଡି ଏକାଠି ହୋଇଛନ୍ତି । ହେଲେ ଏହି ଅଘୋଷିତ ମେଣ୍ଟର ଭବିଷ୍ୟତ କ’ଣ ? ତାହାର ଉତ୍ତର ଅସ୍ପଷ୍ଟ ରଖିଛନ୍ତି ଦୁଇ ଦଳର ମୁଖିଆ ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ରାଜନୀତି ସରଗରମ; ବିଧାନସଭାରେ ହେଭିୱେଟଙ୍କ ଭିଡ଼

ସମଦୂରତ୍ୱ ଫର୍ମୁଲାରେ ବିଶ୍ୱାସ ରଖୁଥିବା ନବୀନ ଏବେ କଂଗ୍ରେସକୁ ସହଯୋଗୀ କରିଛନ୍ତି । ରାଜନୈତିକ ବାଧ୍ୟବାଧ୍ୟକତା ୨ ଦଳକୁ ଏଭଳି ଏକ ମୋଡରେ ଆଣି ଛିଡ଼ା କରିଛି । ହେଲେ ରାଜ୍ୟସଭା ନିର୍ବାଚନ ପରେ କଣ ହେବ ? ଏଭଳି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିବା ବେଳେ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ବଡ଼ ଶତ୍ରୁଙ୍କୁ ହରାଇବାକୁ ଛୋଟ ଶତ୍ରୁଙ୍କ ସହ ହାତ ମିଳାଇବାକୁ ପଡ଼େ । ବିଜେଡି ପକ୍ଷରୁ ବିଧାୟକ ଅରୁଣ ସାହୁ କହିଛନ୍ତି କେବଳ ରାଜ୍ୟସଭା ପାଇଁ ଏ ବନ୍ଧୁତା । ଉଭୟଙ୍କୁ କାଉଣ୍ଟର କରି ବିଜେପି କହିଛି, କଂଗ୍ରେସ ଓ ବିଜେଡି ସମ୍ପର୍କ ପୂର୍ବରୁ ଥିଲା,ଏବେ ପଦାରେ ପଡ଼ିଲା ।

ରାଜନୈତିକ ଛକାପଞ୍ଝା ଭିତରେ, କଂଗ୍ରେସକୁ ସହଯୋଗୀ କରି ଏକାଠି ଲଢ଼ିବା ବିଜେଡି ପାଇଁ ଲାଭଦାୟକ ନା ବୁମେରାଂ ହେବ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe