କନକ ବ୍ୟୁରୋ : ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହକୁ ନବୀନ ନଆସିବା ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ୨ ମିନିଟ ବସିବାକୁ ଧୈର୍ଯ୍ୟ ନାହିଁ । ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଗଲେ । ଗୃହ ୯ ଦିନ ହେଲା ଚାଲିଳାଣି ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି । କେତେ ସମୟ ବିତାଇଛନ୍ତି । କେତେ ଟି ଡିବେଟରେ ସରକାରଙ୍କୁ ଘେରିଛନ୍ତି । ଖାଲି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ । ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି । ଯଦି ଦେହ ଖରାପ ଅଲଗା କଥା । ଯଦି ସମୟ ନାହିଁ, ପ୍ରଚାର ପାଇଁ ଗଲେ ଗୃହକୁ ଆସିବା ପାଇଁ ସମୟ କେମିତି ନାହିଁ ।
ବିରୋଧୀ କକ୍ଷ ତ୍ୟାଗ କରିବାରୁ ଟାର୍ଗେଟ କଲେ ମୋହନ । କହିଲେ, ବିରୋଧୀ ଦଳ ସଦସ୍ୟଙ୍କର ଧୈର୍ଯ୍ୟ ନାହିଁ କି ବିରୋଧୀ ଦଳ ନେତାଙ୍କର ବି ଧୈର୍ଯ୍ୟ ନାହିଁ । ସକାଳ ଯାଏଁ ମଧ୍ୟ ବିଧାନସଭା ଚଳାଇବା ପାଇଁ ଆମେ ପ୍ରସ୍ତୁତ । କ୍ରିକେଟ ମ୍ୟାଚ୍ ଦେଖିବାକୁ ଟିକେଟ ନେଇ ବିରୋଧୀ ଶୀଘ୍ର ପଳାଇଲେ ବୋଲି କହି କଲେ କଟାକ୍ଷ । ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାସ ହୋଇଛି । ଏହାପରେ ଗୃହକୁ କାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା: ବିଧାନସଭାରେ ନିଜେ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ
ସେପଟେ ବିଧାନସଭା ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଖବରକାଗଜରେ ବାହାରିଛି, କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/08/mohan-majhi-2025-12-08-23-22-29.jpg)