କନକ ବ୍ୟୁରୋ : ମୋହନ ସରକାରଙ୍କୁ ହେଲା ବର୍ଷେ । ଆଜିଠୁ ଆରମ୍ଭ ହେବ ସରକାରଙ୍କ ଦ୍ୱିତୀୟ ବର୍ଷର କାର୍ଯ୍ୟ । ୨୦୨୪ ଜୁନ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କିଛି ପୂରଣ ହୋଇଛି, ଆଉ କିଛି ବାକି ରହିଛି । ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ଡାକି ୪ଟି ବଡ଼ ଯୋଜନା ଉପରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରତିଶ୍ରୁତି ପୂରଣର ଏହା ଥିଲା ଏକ ବଡ଼ ପଦକ୍ଷେପ ।
ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ନିଷ୍ପତ୍ତି ନେଇଥିଲେ ସରକାର । ଏହାରି ଭିତରେ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ଦିଆସରିଲାଣି । ପୁଣି ଧାନର ଏମଏସପି ଉପରେ ୮୦୦ ଟଙ୍କାର ବୋନସ ବି ଦିଆଯାଇଛି । ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି । ସରକାରଙ୍କ ସଫଳତା ତାଲିକାରେ ଏହି ପ୍ରସଙ୍ଗ ଆଗରେ ରହିଛି । ଏହାବାଦ ମୋହନ ସରକାର ପ୍ରଥମ ବର୍ଷ କାର୍ଯ୍ୟକାଳ ଭିତରେ ସରକାର ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ ଦୂର ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରୁଛନ୍ତି । ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମର ବଡ଼ ଉପଲବ୍ଧି ବୋଲି ରାଜନୈତିକ ସମୀକ୍ଷକ ମଧ୍ୟ କହୁଛନ୍ତି । କେବଳ ରାଜଧାନୀ ନୁହେଁ ସମ୍ୱଲପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିଛନ୍ତି । ସେହିପରି ଦୁର୍ନୀତି ବିରୋଧୀ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ଲୋକ ପ୍ରଶଂସା କରୁଛନ୍ତି । ଏହି ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ଗସ୍ତ କରିଛନ୍ତି । ଗସ୍ତ ସମୟରେ ଜିଲ୍ଲାର ବିକାଶମୂଳକ କାମର ସମୀକ୍ଷା ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରି ପ୍ରଶଂସା ପାଉଛନ୍ତି।
ବିଜେପି ସରକାରକୁ ପୁରିଲା ବର୍ଷେ : ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ବର୍ଷର କାର୍ଯ୍ୟକାଳ
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କିଛି ପୂରଣ ହୋଇଛି, ଆଉ କିଛି ବାକି ରହିଛି । ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ଡାକି ୪ଟି ବଡ଼ ଯୋଜନା ଉପରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ।
/kanak/media/media_files/2025/06/12/nueBUJFfUf54QlwcV3wY.jpg)