କନକ ବ୍ୟୁରୋ : ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ନରେନ୍ଦ୍ର ମୋଦୀ । ବିଶ୍ରାମ ନେବାକୁ ପରାମର୍ଶ ଦେବା ସହ ଦିଲ୍ଲୀ ଆସିଲେ ଦେଖାହେବ କହିଲେ ପ୍ରଧାନମନ୍ତ୍ରୀ ।
ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୁମ୍ବାଇରୁ ଫେରିବା ପରେ ପୁଣିଥରେ ନବୀନ ଅସୁସ୍ଥ ହୋଇପଡ଼ିଥିଲେ । ଡିହାଇଡ୍ରେସନ କାରଣରୁ କିଛିଦିନ ତଳେ ନବୀନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ସୁସ୍ଥ ହେବା ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ।
ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ଜାଣିବା ପାଇଁ ହସ୍ପିଟାଲରେ ଭିଡ଼ ଜମିଛି । ସବୁ ଦଳର ନେତା ହସ୍ପିଟାଲରେ ପହଁଚି ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଶାସକ ଦଳର ବହୁ ନେତା ହସ୍ପିଟାଲରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ପରବର୍ତ୍ତୀ ସମୟରେ ହସ୍ପିଟାଲ ବେଡରେ ନବୀନ ଚିକିତ୍ସିତ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ନବୀନ ଡାକ୍ତରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/20/modi-spoke-to-naveen-2025-08-20-16-30-21.jpg)