କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ଖଣିମନ୍ତ୍ରୀ ବିଭୂତି ଜେନା । କହିଲେ, ରାଜନୀତିରେ ଯୁବପିଢ଼ି ଆସିବା ଆବଶ୍ୟକ । ତେବେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଗାମୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନଥିବା କହିଛନ୍ତି । ଏହାସହ ଦଳ ଯାହା ଦାୟିତ୍ୱ ଦେବ ସୂଚାରୁ ରୂପେ ତୁଲାଇବେ । ଯେଉଁ ରାଜନୀତିରେ ଜନତାଙ୍କ କଲ୍ୟାଣ ହେବ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି କହିଛନ୍ତି । ୧ବର୍ଷ ପରେ ୬୦ ବର୍ଷ ହେବ, ରାଜନୀତିରେ ଯୁବକମାନେ ଆଗକୁ ଆସିବା ଦରକାର ତାଙ୍କ ପାଇଁ ବାଟ ଖୋଲିବା ଆବଶ୍ୟକ । ଆଗାମୀ ନିର୍ବାଚନରେ ମୋର ଲଢ଼ିବାକୁ ଇଚ୍ଛା ନାହିଁ । ଦଳ ଯାହା ଦାୟିତ୍ୱ ଦେବ ତୁଲାଇବେ ଏବଂ ଦଳ ତାଙ୍କର ପରିଚୟ । ଯୁବକମାନେ ଆଗକୁ ଆସନ୍ତୁ ଏହା ତାଙ୍କର ଆନ୍ତରିକ ଇଚ୍ଛା ବୋଲି କହିଛନ୍ତି ଖଣିମନ୍ତ୍ରୀ ବିଭୂତି ଜେନା ।
ଆଗାମୀ ନିର୍ବାଚନ ଲଢ଼ିବେନି ଖଣିମନ୍ତ୍ରୀ ବିଭୂତି ଜେନା; ରାଜନୀତିରେ ଯୁବକଙ୍କ ପାଇଁ ଛାଡ଼ିବେ ବାଟ
ଯେଉଁ ରାଜନୀତିରେ ଜନତାଙ୍କ କଲ୍ୟାଣ ହେବ ସେ ରାଜନୀତି ଛାଡ଼ିବେ ନାହିଁ ବୋଲି କହିଛନ୍ତି । ୧ବର୍ଷ ପରେ ୬୦ ବର୍ଷ ହେବ, ରାଜନୀତିରେ ଯୁବକମାନେ ଆଗକୁ ଆସିବା ଦରକାର ତାଙ୍କ ପାଇଁ ବାଟ ଖୋଲିବା ଆବଶ୍ୟକ । ଆଗାମୀ ନିର୍ବାଚନରେ ମୋର ଲଢ଼ିବାକୁ ଇଚ୍ଛା ନାହିଁ ।
/kanak/media/media_files/2026/02/07/bibhuti-jena-2026-02-07-18-21-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)