କନକ ବ୍ୟୁରୋ : ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିଥିଲେ । ରାଜ୍ୟ ସଭାପତି ଭାବେ ଚୟନ ହେବା ପରେ ଦିଲ୍ଲୀ ଯାଉଛନ୍ତି ମନମୋହନ । ପୁଣି ଥରେ ଦଳ ତାଙ୍କ ଉପରେ ବିଶ୍ୱାସ କରିଛି । ମନ୍ତ୍ରିମଣ୍ତଳ ସମ୍ପ୍ରସାରଣ ଚର୍ଚ୍ଚା ହେଉଥିବା ବେଳେ ମନମୋହନ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରେ ଓଡ଼ିଶାର ନୂଆ ରୂପରେଖ ପ୍ରସ୍ତୁତ ହେବ ବୋଲି ଚର୍ଚ୍ଚା ହେଉଛି ।
ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା । ତୃଣମୂଳସ୍ତରର ଟାଣୁଆ ଓ ଦକ୍ଷ ସଂଗଠକ ହୋଇଥିବାରୁ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଆହୁରି ଆଗକୁ ବଢ଼ିବ ଆଶା ରଖିଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/22/manmohan-samal-delhi-2025-07-22-11-30-41.jpg)