କନକ ବ୍ୟୁରୋ : ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ଆନ୍ଦୋଳନ ପୂର୍ବରୁ ବର୍ଷିଲେ ବିଜେପି ସଭାପତି । ମନମୋହନ ସାମଲ କହିଲେ, ନୈତିକତା ଭୁଲିଗଲେଣି ବିଜେଡି, କଂଗ୍ରେସ ନେତା । ଆନ୍ଦୋଳନ କରିବାକୁ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।

Advertisment

ମନମୋହନ କହିଛନ୍ତି, ଓବିସି ସଂରକ୍ଷଣ ଉପରେ କହିବା ଲାଗି କଂଗ୍ରେସ ଓ ବିଜେଡ଼ିର କୌଣସି ନୈତିକତା ନାହିଁ, ଇତିହାସକୁ ପଢନ୍ତୁ ବିରୋଧୀ । ସେମାନଙ୍କ ଆନ୍ଦୋଳନକୁ ଲୋକ ଗ୍ରହଣ କରିବେ ନାହିଁ । ଆନ୍ଦୋଳନ କରିବେ ବୋଲି ଲୋକଙ୍କୁ କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହେ, ଯାହା ସଂକଳ୍ପ ପତ୍ରର କହିଥିଲୁ, ସବୁ ପୂରଣ କରିବୁ । ଯେଉଁମାନେ ବିରୋଧ କରୁଥଲେ, ସେମାନେ ବର୍ତ୍ତମାନ ବିଭିନ୍ନ ଟୀକା ଟିପ୍ପଣୀ କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଆଜି ଯାଏଁ ସଂରକ୍ଷଣ କରିପାରିଲେ ନାହିଁ । ଲୋକ ଲମ୍ବା ସମୟ ଧରି କଂଗ୍ରେସ ଓ ବିଜେଡ଼ିକୁ ସରକାରରେ ରଖିଲେ, କିନ୍ତୁ କଲେ ନାହିଁ । ଆଜି ଯାହା କହୁଛି, ଆତ୍ମବିଶ୍ୱାସ ଓ ନୈତିକ ସାହସ ସହ କହୁଛି । ପ୍ରତାରଣା ରାଜନୀତି କରୁଛନ୍ତି ବିରୋଧୀ । ରାଜନୀତିରେ ସ୍ପଷ୍ଟତା ରହିବା ଦରକାର, ଦ୍ଵନ୍ଦ୍ୱ ରହିବା ଉଚିତ୍ ନୁହେଁ ।

ଚିଟ୍‌ଫଣ୍ଡକୁ ନେଇ ମଧ୍ୟ ମନମୋହନ ବିସ୍ଫୋରକ ବୟାନ ଦେଇଛନ୍ତି । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍‌ଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି, ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ ।