ଖଟି ଖବର: ଓଡ଼ିଶାବାସୀଙ୍କୁ ୩୦୦ ୟୁନିଟ୍ ‘ମାଗଣା ଝଟକା’ !

Advertisment

ଏବେ ସରକାରକୁ ଆସିବା ପରେ ଖୋଦ୍ ସରକାର ହିଁ ମାଗଣା ବିଜୁଳି ନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଆଉ ଏହାପରେ ଚାରିଆଡେ ବିଜେପି ନେତାଙ୍କୁ ଭୋଟର କହୁଛନ୍ତି ନେତା ତୁମେ ମିଛ କହିଲ...

Updated On

ଏବେ ସରକାରକୁ ଆସିବା ପରେ ଖୋଦ୍ ସରକାର ହିଁ ମାଗଣା ବିଜୁଳି ନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଆଉ ଏହାପରେ ଚାରିଆଡେ ବିଜେପି ନେତାଙ୍କୁ ଭୋଟର କହୁଛନ୍ତି ନେତା ତୁମେ ମିଛ କହିଲ...

ଅଦ୍ୟତନ ହୋଇଛି
ELECTRICITY

ELECTRICITY Photograph: (KanakNews )

କନକ ବ୍ୟୁରୋ : ଆଉ ମାସ କେଇଟା ପରେ ନୂଆ ସରକାରକୁ ବର୍ଷେ ପୂରିବ । ଚା’ଖଟିରେ ପୁରୁଣା ପ୍ରତିଶ୍ରୁତିକୁ ମନେପକାଇ ବିଜେପିକୁ ଟାହିଟାପରା କରୁଛନ୍ତି ଭୋଟର । କାହିଁକି ବା ନକରିବେ? ନିର୍ବାଚନ ପ୍ରଚାରବେଳେ ଗଳା ଫଟେଇ ଚିତ୍କାର କରୁଥିବା ନେତାଙ୍କ ସେହି ମାଗଣା ୩୦୦ ୟୁନିଟ୍ ବିଜୁଳି ଏବେ ସାଧାରଣ ଜନତାଙ୍କ ପାଇଁ ସାତ ସପନ ପାଲଟି ଯାଇଛି । 

ଭୋଟରଙ୍କୁ ନିଜ ଆଡକୁ ଟାଣିଆଣିବା ପାଇଁ ଯେଉଁ ମାଗଣା ବିଜୁଳି ଥୋପ ପକାଇଥିଲେ ବିଭିନ୍ନ ଦଳ, ସେସବୁ ଦଳ ଭିତରୁ ’ପଦ୍ମ’ ପଲା ଭାରି ରହିଥିଲା । କାରଣ ୨୦୨୪ ନିର୍ବାଚନବେଳେ ଦଳର ଶୀର୍ଷ ନେତୃତ୍ବଠୁ ଆରମ୍ଭ କରି ଓଡ଼ିଶା ବିଜେପି କ୍ୟାମ୍ପର କୁଜି ନେତାମାନେ ମଧ୍ୟ ୩୦୦ ୟୁନିଟ୍ ମାଗଣା ବିଜୁଳି କହି କହି ଗର୍ଜନ କରିଥିଲେ । ହେଲେ ଏବେ ସରକାରକୁ ଆସିବା ପରେ ଖୋଦ୍ ସରକାର ହିଁ ମାଗଣା ବିଜୁଳି ନେଇ କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଆଉ ଏହାପରେ ଚାରିଆଡେ ବିଜେପି ନେତାଙ୍କୁ ଭୋଟର କହୁଛନ୍ତି ନେତା ତୁମେ ମିଛ କହିଲ...

‘ପଦ୍ମ’ ପୋଖରୀରେ ଖାଲି ଏତିକି ମିଛ ମାଛ ପହଁରୁନାହାନ୍ତି । ପୂର୍ବରୁ ‘ସୁଭଦ୍ରା’ ଯୋଜନାରେ ବି ଠକିଥିବା କହି ଛି’ଛାକର କରିଥିଲେ ବିରୋଧୀ ଦଳ । ବର୍ଷକୁ ୫୦ ହଜାର ଟଙ୍କା ଦେବେ କହି ନିୟମରେ ପରିବର୍ତ୍ତନ କରିବାରୁ ଅନେକ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ମହିଳା ଭୋଟ୍ ବ୍ୟାଙ୍କ୍ ହାତେଇଥିବା ପାଇଁ ବିଜେପି ରାଜ୍ୟର ମା’ ଭଉଣୀଙ୍କୁ ଠକିଥିବା କହିଥିଲେ ବିରୋଧୀ ଦଳ । 

ଭୋଟ୍ ପୂର୍ବରୁ ନେତାଙ୍କ ପ୍ରତିଶ୍ରୁତି ଆକାଶ କଇଁଆ ଚିଲିକା ମାଛ ଭଳି ଭୋଟର ଜାଣିଛନ୍ତି । ହେଲେ ବି, ଅନେକ ସମୟରେ ହର୍ ଏକ୍ ମାଲ୍ ସେଲ୍ ଭଳି ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକମାନେ ଚିଲ୍ଲେଇଥାନ୍ତି । ଲୋଭନୀୟ ଅଫର ଦେଖାଇ ଜନତା ଜର୍ଦ୍ଦାଦନଙ୍କୁ ଭୋଟ୍ ଜାଲରେ ଫସେଇଦିଅନ୍ତି । ଆଉ ସେସବୁକୁ ବିଶ୍ବାସ କରିବା ପାଇଁ ଗୋଟେ ପରେ ଗୋଟେ ବମ୍ପର ଅଫର ମଧ୍ୟ ଭୋଟ୍ ବ୍ୟାଙ୍କ୍ ପାଇଁ ଆଣନ୍ତି ରାଜନୈତିକ ଦଳ । 

ପଲିଟିକ୍ସ ଆଉ ପଦବୀ ପାଇଁ ପ୍ରଚାରବେଳେ ପ୍ରତିଶ୍ରୁତିର ପୁଡ଼ିଆ ବାଣ୍ଟିବା ନେତାଙ୍କ ପାଇଁ ନୂଆ ନୁହେଁ । ସବୁବର୍ଗର ଭୋଟର୍ ଟିକେ ସୁବିଧା ପାଇଁ ନିଜ ମତ ସାବ୍ୟସ୍ତ କରିବାକୁ ଆଗ୍ରହ ଦେଖାନ୍ତି କିନ୍ତୁ ସେମାନଙ୍କୁ ମିଛ ନୌକାରେ ବସାଇବାକୁ ପଛାଉନାହାନ୍ତି ନେତାମାନେ । ତେବେ ବର୍ତ୍ତମାନ ରାଜ୍ୟ ରାଜନୀତିର ପାରଦକୁ ବଢ଼ାଇପାରେ ଏହି ମାଗଣା ବିଜୁଳି ମିଛ । ସରକାରଙ୍କୁ ଘେରିବାକୁ ଆଗେଇ ଆସିବେ ବିରୋଧୀ, ୩୦୦ ୟୁନିଟ୍ ମାଗଣା ବିଜୁଳି ଝଟକା ନୂଆ ସରକାରଙ୍କୁ ଜୋରସେ ଲାଗିବନି ତ? ସେମିତିରେ ବି ବିରୋଧୀ ଏବେ ଶାସକଦଳ ଉପରେ ଭାରି ପଡୁଛନ୍ତି, ଆଉ ନୂଆ ନୂଆ ପ୍ରସଙ୍ଗର ଖୋରାକ ଯଦି ମିଳେ ତେବେ ମୋହନ ସରକାରଙ୍କ ମୁଣ୍ଡ ବିନ୍ଧା କରିବେ ପ୍ରତିପକ୍ଷ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe