କନକ ବ୍ୟୁରୋ : ଅଙ୍କକଷାରେ ପୂର୍ଣ୍ଣଚ୍ଛେଦ ପକାଇଛି କଂଗ୍ରେସ । ଏଆଇସିସି ପକ୍ଷରୁ ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯାଇଛି । ଘାସୀରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ନୂଆପଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡ଼ା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ସରକାରରେ ଥିବାରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କର ନଜର ରହିଛି । ଚର୍ଚ୍ଚା ଆଲୋଚନା ଭିତରେ ବିଜେପିର ଓଡ଼ିଶା ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ପ୍ରାର୍ଥୀ ଚୟନରେ ସ୍ଥାନୀୟ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ତେଣୁ ପୁରୁଣା, ନୂଆ ନା ସରପ୍ରାଇଜ ମୁହଁ ସାମ୍ନାକୁ ଆଣିବ ଦଳ ତାହା ଏବେ ସବୁଠୁ ବଡ଼ ସସପେନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/07/ghasiram-majhi-2025-10-07-20-29-54.jpg)