କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କେନ୍ଦ୍ର ଫୋକସରେ ଓଡ଼ିଶାର ଚତୁର୍ଥ ଆସନ ଥିବା ବେଳେ ଏ ନେଇ ତିନି ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଭେଟିବା ପରେ ଚର୍ଚ୍ଚା ଆହୁରି ସରଗରମ ହୋଇଛି । ଚତୁର୍ଥ ଆସନ ଲାଗି ବିଜେଡି-କଂଗ୍ରେସର କମନ କାଣ୍ଡିଡେଟ୍ ଦତ୍ତେଶ୍ୱର ହୋତା ହୋଇଥିବା ବେଳେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରୁଛି । ଦତ୍ତେଶ୍ୱର ନିଶ୍ଚିତ ବିଜୟୀ ହେବେ ବୋଲି ପୂର୍ବରୁ କହିଥିଲେ ପିସିସି ସଭାପତି ଭକ୍ତ ଦାସ । ସେହିପରି ବିଜେପି ମଧ୍ୟ ରାଜ୍ୟସଭା ନିର୍ବାଚନରେ ସଫଳତା ମିଳିବ ବୋଲି କହିଥିଲା । ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ରଖି ବିଜେଡି କହିଛି ସରକାରୀ ଦଳର ଆସ୍ଫାଳନ ସତ ହେବନି ।
ଅଧିକ ପଢ଼ନ୍ତୁ : ଦିଲ୍ଲୀପ ଖେଳିଲେ ବିଜୁ କାର୍ଡ; ଭାଗ ଭାଗ ହେବ କି ବିଜେଡି ଭୋଟ୍ ?
ରାଜ୍ୟସଭା ନିର୍ବାଚନରେ ଏବେ ବିଜୁଙ୍କୁ ନେଇ ଚର୍ଚ୍ଚା । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭାବବିହ୍ୱଳ ପୋଷ୍ଟ ସେୟାର କରି ବଡ଼ ଗୋଟି ଚାଳନା କରିଛନ୍ତି ଦିଲ୍ଲୀପ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇ ବାର୍ତ୍ତା ଦେଇଛନ୍ତି, ବିଜୁପ୍ରେମୀଙ୍କ ଭୋଟ ଏପଟସେପଟ ହେବନି, ମିଳିତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ।
ବିଜୁ ବାବୁଙ୍କୁ ନିଜର ପିତୃତୁଲ୍ୟ ତଥା ରାଜନୈତିକ ଗୁରୁ ମାନୁଥିବା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ପାଇଁ ବିଜେପି ଦିଲ୍ଲୀପଙ୍କୁ ସଂଖ୍ୟାର ସାହସ ଦେଇଛି । ହେଲେ ବିଜୁ ବାବୁଙ୍କ ନୀତି ଆଦର୍ଶ ତାଙ୍କୁ ଓଡ଼ିଶା ପାଇଁ ଲଢ଼ିବା ଶିଖାଇଛି । ପ୍ରତିଟି ଓଡ଼ିଆ ବିଜୁ ବାବୁଙ୍କ ଲିଗାସୀରେ ଅନୁପ୍ରାଣିତ । କିଛି ଏଭଳି ବାର୍ତ୍ତା ରଖି ସଂଖ୍ୟା ଗଣିତରେ ପଛୁଆ ଥିବା ଦିଲ୍ଲୀପ ବିଜୁ ଲିଗାସୀରେ ବିଶ୍ୱାସ ରଖୁଥିବା ବିଧାୟକଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/07/dilip-ray-amit-shah-meeting-2026-03-07-17-45-45.jpg)