ସରକାର ବଦଳିବା ପରେ ପ୍ରଥମଥର ହେବ ଉପନିର୍ବାଚନ; ମୋହନ ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା

Advertisment

୨୦୨୪ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ହେବ । ତେଣୁ ଏହି ଆସନରେ ବିଜୟ ହାସଲ କରିବାକୁ ବିଜେପି, ବିଜେଡି ଓ କଂଗ୍ରେସ ଚେଷ୍ଟା କରିବେ । ଏହି ଆସନରୁ ଚାରି ଥରର ବିଧାୟକ ରହିଥିଲେ ରାଜେନ୍ଦ୍ର ଢୋଲକିଆ ।

୨୦୨୪ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ହେବ । ତେଣୁ ଏହି ଆସନରେ ବିଜୟ ହାସଲ କରିବାକୁ ବିଜେପି, ବିଜେଡି ଓ କଂଗ୍ରେସ ଚେଷ୍ଟା କରିବେ । ଏହି ଆସନରୁ ଚାରି ଥରର ବିଧାୟକ ରହିଥିଲେ ରାଜେନ୍ଦ୍ର ଢୋଲକିଆ ।

Byelections

Photograph: (Kanak News)

କନକ ବ୍ୟୁରୋ : ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିୟାଙ୍କ ପରଲୋକ ପରେ ଏବେ ନୂଆପଡ଼ା ରାଜନୀତି ଉପରେ ସାରା ରାଜ୍ୟର ଆଖି । ଖୁବଶୀଘ୍ର ନୂଆପଡ଼ାରେ ହେବ ଉପନିର୍ବାଚନ । ବିହାର ନିର୍ବାଚନ ସମୟରେ ନୂଆପଡ଼ାରେ ଉପନିର୍ବାଚନ ହୋଇପାରେ । ତେବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଥମ ଉପନିର୍ବାଚନକୁ ସାମ୍ନା କରିବ । ଏହା ମୋହନ ସରକାରଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ହେବ ବୋଲି କୁହାଯାଉଛି ।

୨୦୨୪ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ହେବ । ତେଣୁ ଏହି ଆସନରେ ବିଜୟ ହାସଲ କରିବାକୁ ବିଜେପି, ବିଜେଡି ଓ କଂଗ୍ରେସ ଚେଷ୍ଟା କରିବେ । ଏହି ଆସନରୁ ଚାରି ଥରର ବିଧାୟକ ରହିଥିଲେ ରାଜେନ୍ଦ୍ର ଢୋଲକିଆ । ୨୦୨୪ରେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଢୋଲକିଆଙ୍କ ଠାରୁ ପରାସ୍ତ ହୋଇଥିଲେ ଅଭିନନ୍ଦନ । ଏବେ ଆସନ ହାତେଇବାକୁ ସବୁ କୌଶଳ ଆପଣାଇପାରେ ବିଜେପି । ସେପଟେ କଂଗ୍ରେସ ପାଇଁ ଉପନିର୍ବାଚନ ଚ୍ୟାଲେଞ୍ଜ ହେବ । ଏହି ଅଞ୍ଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ବି ରହିଛି ଦବଦବା । ତେଣୁ ଆସନ ହାତେଇବାକୁ ନୂଆ ରଣନୀତି ଆପଣାଇ ପାରେ କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe