କନକ ବ୍ୟୁରୋ : ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିୟାଙ୍କ ପରଲୋକ ପରେ ଏବେ ନୂଆପଡ଼ା ରାଜନୀତି ଉପରେ ସାରା ରାଜ୍ୟର ଆଖି । ଖୁବଶୀଘ୍ର ନୂଆପଡ଼ାରେ ହେବ ଉପନିର୍ବାଚନ । ବିହାର ନିର୍ବାଚନ ସମୟରେ ନୂଆପଡ଼ାରେ ଉପନିର୍ବାଚନ ହୋଇପାରେ । ତେବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଥମ ଉପନିର୍ବାଚନକୁ ସାମ୍ନା କରିବ । ଏହା ମୋହନ ସରକାରଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ହେବ ବୋଲି କୁହାଯାଉଛି ।
୨୦୨୪ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ହେବ । ତେଣୁ ଏହି ଆସନରେ ବିଜୟ ହାସଲ କରିବାକୁ ବିଜେପି, ବିଜେଡି ଓ କଂଗ୍ରେସ ଚେଷ୍ଟା କରିବେ । ଏହି ଆସନରୁ ଚାରି ଥରର ବିଧାୟକ ରହିଥିଲେ ରାଜେନ୍ଦ୍ର ଢୋଲକିଆ । ୨୦୨୪ରେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଢୋଲକିଆଙ୍କ ଠାରୁ ପରାସ୍ତ ହୋଇଥିଲେ ଅଭିନନ୍ଦନ । ଏବେ ଆସନ ହାତେଇବାକୁ ସବୁ କୌଶଳ ଆପଣାଇପାରେ ବିଜେପି । ସେପଟେ କଂଗ୍ରେସ ପାଇଁ ଉପନିର୍ବାଚନ ଚ୍ୟାଲେଞ୍ଜ ହେବ । ଏହି ଅଞ୍ଚଳରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ବି ରହିଛି ଦବଦବା । ତେଣୁ ଆସନ ହାତେଇବାକୁ ନୂଆ ରଣନୀତି ଆପଣାଇ ପାରେ କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/09/byelections-2025-09-09-11-32-59.jpg)