କନକ ବ୍ୟୁରୋ : ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ମର୍ମାହତ ବୋଲି କହିଲେ ନବୀନ । ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ । ସେ କହିଛନ୍ତି, ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇପାରେ, ତାହା ଭାବିଲେ ବିଚଳିତ ଲାଗୁଛି । ସବୁଠୁ ଦୁଃଖର କଥା ହେଲା, ଏହା କୌଣସି ଦୁର୍ଘଟଣା ନୁହେଁ... ଏହା ବିଫଳ ବ୍ୟବସ୍ଥାର ଫଳ । ନ୍ୟାୟ ପାଇବାକୁ ସଂଗ୍ରାମ କରି ଜଣେ ଝିଅଟି ଆଖି ବୁଜିଦେଇଛି ।
ସୌମ୍ୟାଶ୍ରୀଙ୍କ ଏହି ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ବିରୋଧୀ । ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିବା ସହ ରାଜ୍ୟ ପାଳ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/15/naveen-2025-07-15-11-13-19.jpg)