କନକ ବ୍ୟୁରୋ : ମୋହନ ସରକାରଙ୍କୁ ବର୍ଷେ ପୁରିଗଲାଣି । ଅଧାଗଢା ହୋଇ ପଡିଛି ମନ୍ତ୍ରିମଣ୍ଡଳ । ମନ୍ତ୍ରୀଙ୍କ ପାଖରେ ରହିଛି ଏକାଧିକ ବିଭାଗ । ଏ ସବୁ ଭିତରେ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ଆସନ୍ତା ସପ୍ତାହରେ ନୀଳାଦ୍ରି ବିଜେ ସରିବା ପରେ ଯେକୌଣସି ମୂହୁର୍ତରେ ମନ୍ତ୍ରୀ ମଣ୍ଡଳର ନୂଆ ଛାପ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଚକ୍କର କାଟୁଛନ୍ତି ବିଧାୟକ । କିଏ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି ଆଉ କିଏ ଭେଟିବା ଆଳରେ ମନ୍ତ୍ରୀ ପାଇଁ ଲବି କରୁଛନ୍ତି । ଆଉ କିଏ କିଏ ପାୱାରଫୁଲ ମନ୍ତ୍ରୀଙ୍କୁ ଭେଟି ନିଜ ମନକଥା କହୁଛନ୍ତି । କାରଣ ବିଧାୟକ ଆଭାସ ପାଇଗଲେଣି ଖୁବଶୀଘ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବାକୁ ଯାଉଛି । ସୁଯୋଗକୁ ହାତଛଡା ନ କରି ନିଜ ନିଜ ଆଳରେ ଲବି ଚଳାଇଛନ୍ତି । ସେପଟେ ମନ୍ତ୍ରୀ ରବି ନାୟକ କହିଛନ୍ତି, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।
କିଏ ହେବେ ସାମିଲ, କିଏ ପଡ଼ିବ ବାଦ?
ବର୍ଷକ ଭିତରେ ଅନେକ ମନ୍ତ୍ରୀ ସରକାରଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି । ଆଉ କିଛି ବିବାଦୀୟ ମନ୍ତବ୍ୟ ଦେଇ ସରକାର ପାଇଁ ସମସ୍ୟା ଆଣିଛନ୍ତି । ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ ବୋଲି କୁହାଯାଉଛି । ତେଣୁ ଭାବିଚିନ୍ତି ଗୋଟିଚାଳନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିସାରିଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣର ଅନେକ ସମୀକରଣ ରହିଛି ।
୧. ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାର ପ୍ରତିନିଧିତ୍ବ ନାହିଁ, ଏହି ଜିଲ୍ଲାକୁ ଗୁରୁତ୍ବ ମିଳିପାରେ
୨. ୨୧ ସଂସଦୀୟ କ୍ଷେତ୍ର ସମୀକରଣରେ ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ ଦାୟିତ୍ବ
୩. ଜାତି ସମୀକରଣ ଓବିସି ଆଉ ଏସସିଏସଟି ବର୍ଗଙ୍କୁ ମିଳିପାରେ ଗୁରୁତ୍ବ
ଅନେକ ମନ୍ତ୍ରୀଙ୍କ ବର୍ଷକର ରିପୋର୍ଟ କାର୍ଡକୁ ତନ୍ନ ତନ୍ନ କରି ଦେଖିଛନ୍ତି ମୋହନ ମାଝୀ । ଆଉ ମନ୍ତ୍ରୀଙ୍କ ଭିତରେ ଛନକା ପଶିଲାଣି କିଏ ରହିବେ ଆଉ କିଏ ଯିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/02/mohan-4-2025-07-02-20-40-51.jpg)