କନକ ବ୍ୟୁରୋ: ବାଲେଶ୍ବର ଘଟଣାରେ ତେଜିଲା ରାଜନୀତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିରୋଧୀ ବିଜେଡି ଓ କଂଗ୍ରେସ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ହୋଇଛି । ଖାଲି ଅଣ୍ଡାମାଡ଼ ହୋଇଛି ତାହା ନୁହେଁ ବରଂ ଜୋରଦାର ନାରାବାଜି ବି କରାଯାଇଛି । ସୌମ୍ୟାଶ୍ରୀଙ୍କ ଦେହାନ୍ତ ପରେ ପୂରା ରାଜ୍ୟରେ ତେଜିବାରେ ଲାଗିଛି ରାଜନୀତି । ସେପଟେ ବିଜେଡି ପକ୍ଷରୁ କ୍ୟାଣ୍ଡଲ ରାଲି କରାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଶହ ଶହ ବିଜେଡି କର୍ମୀ ହାତରେ ମହମବତୀ ଧରି ରାଲି କରିଥିଲେ ।
ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ରାଲି କରିଛନ୍ତି ବିଜେଡିର ନେତା ଓ କର୍ମୀ । ହାତରେ ମହମବତୀ ଧରି ପୀଡିତାଙ୍କୁ ନ୍ୟାୟ ଦାବିରେ ଏକାଠି ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜୁ ଜନତା ଦଳ । ଆସନ୍ତାକାଲି ଏଫ୍ଏମ୍ କଲେଜ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକସେବା ଭବନ ଘେରାଉ କରିବାକୁ ବିଜେଡି ଡାକରା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ପହଞ୍ଚିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତାରାପ୍ରସାଦ ବାହିନୀପତି କହିଛନ୍ତି, ପୂରା ଘଟଣା ପାଇଁ ଏ ସରକାର ଦାୟୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/15/congress-protest-2025-07-15-22-35-47.jpg)