'ଦୋଷୀ ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ ଦଣ୍ତ ମିଳିବ'

Advertisment

ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ଚାଲିଛି, ଆଗାମୀ ଦିନରେ କେମିତି ସ୍ୱଚ୍ଛତା ସହ ପରୀକ୍ଷା ହେବ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ।

ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ଚାଲିଛି, ଆଗାମୀ ଦିନରେ କେମିତି ସ୍ୱଚ୍ଛତା ସହ ପରୀକ୍ଷା ହେବ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ।

OTET question paper leak

Photograph: (Kanak News)

କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । କହିଲେ, ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେତେବଡ଼ ଲୋକ ହେଲେ ବି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଯେଉଁ ଶିକ୍ଷକ ସ୍ୱଚ୍ଛତା ସହ ପରୀକ୍ଷା ଦେଇଥାନ୍ତେ, ସେହି ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି । ଦଣ୍ଡ ମିଳିବ, NCT ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ହେଉଛି । ୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ହୋଇଛନ୍ତି, ସେମାନଙ୍କୁ OTET ର ଆବଶ୍ୟକ ନଥିବା ବିଜ୍ଞପ୍ତି ବାହାରିଥିଲା । ହେଲେ NCT ନିୟମ କଲା ପରୀକ୍ଷା କରିବା ପାଇଁ । ତେଣୁ ସ୍ପେସିଆଲ OTET କରାଯାଉଛି । OTET ନଥିବାରୁ ଶିକ୍ଷକମାନଙ୍କ ପଦୋନ୍ନତିରେ ଅସୁବିଧା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe