କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । କହିଲେ, ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେତେବଡ଼ ଲୋକ ହେଲେ ବି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଯେଉଁ ଶିକ୍ଷକ ସ୍ୱଚ୍ଛତା ସହ ପରୀକ୍ଷା ଦେଇଥାନ୍ତେ, ସେହି ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି । ଦଣ୍ଡ ମିଳିବ, NCT ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ହେଉଛି । ୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ହୋଇଛନ୍ତି, ସେମାନଙ୍କୁ OTET ର ଆବଶ୍ୟକ ନଥିବା ବିଜ୍ଞପ୍ତି ବାହାରିଥିଲା । ହେଲେ NCT ନିୟମ କଲା ପରୀକ୍ଷା କରିବା ପାଇଁ । ତେଣୁ ସ୍ପେସିଆଲ OTET କରାଯାଉଛି । OTET ନଥିବାରୁ ଶିକ୍ଷକମାନଙ୍କ ପଦୋନ୍ନତିରେ ଅସୁବିଧା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/31/otet-question-paper-leak-2025-07-31-13-05-04.jpg)