ଦିଲ୍ଲୀପ ଖେଳିଲେ ବିଜୁ କାର୍ଡ; ଭାଗ ଭାଗ ହେବ କି ବିଜେଡି ଭୋଟ୍‌ ?

Advertisment

ମାର୍ଚ୍ଚ ୫, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଆଉ ସଂଯୋଗ ଦେଖନ୍ତୁ, ବିଜୁ ବାବୁଙ୍କୁ ନିଜର ପିତୃତୁଲ୍ୟ ତଥା ରାଜନୈତିକ ଗୁରୁ ମାନୁଥିବା ଦିଲ୍ଲୀପ ରାୟ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ପାଇଁ ବିଜେପି ଦିଲ୍ଲୀପଙ୍କୁ ସଂଖ୍ୟାର ସାହସ ଦେଇଛି । ହେଲେ ବିଜୁ ବାବୁଙ୍କ ନୀତି ଆଦର୍ଶ ତାଙ୍କୁ ଓଡ଼ିଶା ପାଇଁ ଲଢ଼ିବା ଶିଖାଇଛି ।

ମାର୍ଚ୍ଚ ୫, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଆଉ ସଂଯୋଗ ଦେଖନ୍ତୁ, ବିଜୁ ବାବୁଙ୍କୁ ନିଜର ପିତୃତୁଲ୍ୟ ତଥା ରାଜନୈତିକ ଗୁରୁ ମାନୁଥିବା ଦିଲ୍ଲୀପ ରାୟ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ପାଇଁ ବିଜେପି ଦିଲ୍ଲୀପଙ୍କୁ ସଂଖ୍ୟାର ସାହସ ଦେଇଛି । ହେଲେ ବିଜୁ ବାବୁଙ୍କ ନୀତି ଆଦର୍ଶ ତାଙ୍କୁ ଓଡ଼ିଶା ପାଇଁ ଲଢ଼ିବା ଶିଖାଇଛି ।

Dilip Ray

Dilip Ray Photograph: (Kanak News)

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ଏବେ ବିଜୁଙ୍କୁ ନେଇ ଚର୍ଚ୍ଚା । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଭାବବିହ୍ୱଳ ପୋଷ୍ଟ ସେୟାର କରି ବଡ଼ ଗୋଟି ଚାଳନା କରିଛନ୍ତି ଦିଲ୍ଲୀପ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇ ବାର୍ତ୍ତା ଦେଇଛନ୍ତି, ବିଜୁପ୍ରେମୀଙ୍କ ଭୋଟ ଏପଟସେପଟ ହେବନି, ମିଳିତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ।

ମାର୍ଚ୍ଚ ୫, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଆଉ ସଂଯୋଗ ଦେଖନ୍ତୁ, ବିଜୁ ବାବୁଙ୍କୁ ନିଜର ପିତୃତୁଲ୍ୟ ତଥା ରାଜନୈତିକ ଗୁରୁ ମାନୁଥିବା ଦିଲ୍ଲୀପ ରାୟ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ରାଜ୍ୟସଭା ପାଇଁ ବିଜେପି ଦିଲ୍ଲୀପଙ୍କୁ ସଂଖ୍ୟାର ସାହସ ଦେଇଛି । ହେଲେ ବିଜୁ ବାବୁଙ୍କ ନୀତି ଆଦର୍ଶ ତାଙ୍କୁ ଓଡ଼ିଶା ପାଇଁ ଲଢ଼ିବା ଶିଖାଇଛି । ପ୍ରତିଟି ଓଡ଼ିଆ ବିଜୁ ବାବୁଙ୍କ ଲିଗାସୀରେ ଅନୁପ୍ରାଣିତ । କିଛି ଏଭଳି ବାର୍ତ୍ତା ରଖି ସଂଖ୍ୟା ଗଣିତରେ ପଛୁଆ ଥିବା ଦିଲ୍ଲୀପ ବିଜୁ ଲିଗାସୀରେ ବିଶ୍ୱାସ ରଖୁଥିବା ବିଧାୟକଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ଅଛନ୍ତି ।

ଅଧିକ ପଢ଼ନ୍ତୁ : ଏକାଠି ହେଲେ ନବୀନ, ଭକ୍ତ; ବିଜେଡିରେ ବାଜିଲା କଂଗ୍ରେସ ଷ୍ଟାମ୍ପ, ସମୟ କହିବ କ’ଣ ହେବ ଭବିଷ୍ୟତ?

ଏମିତିରେ ବିଜେଡିରେ ଏବେ ବି ବିଜୁ ଲିଗାସୀର ବହୁ ନେତା ନେତା ଅଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ଅସନ୍ତୁଷ୍ଟ ରହିଛନ୍ତି । ମଝିରେ ମଝିରେ ଖୋଲାଖୋଲି ସ୍ୱର ଉଠାଇଛନ୍ତି । ବିଜୁଙ୍କ ସହ କାମ କରିଥିବା ବହୁ ବରିଷ୍ଠ ବିଧାୟକ ବର୍ତ୍ତମାନର ସ୍ଥିତିକୁ ନେଇ ମୁହଁ ଖୋଲୁ ନାହାନ୍ତି । ଏଭଳି ସ୍ଥିତିରୁ ବିଜୁ ଲିଗାସୀ ନିଜ ଆଡକୁ ଆକୃଷ୍ଠ କରିବା ଯୋଜନାରେ ରହିଛନ୍ତି ଦିଲ୍ଲୀପ । ତେଣୁ ପ୍ରଶ୍ନ ଉଠୁଛି, ବିଜୁ କାର୍ଡ ଖେଳି ବିଜେଡି ବିଧାୟକଙ୍କ ଭୋଟ୍‌ ହାତେଇପାରିବେ କି ଦିଲ୍ଲୀପ ? ଯାହାର ଜବାବ ରଖି ବିଜେଡି କହିଛି, ନବୀନଙ୍କ ନିର୍ଦ୍ଦେଶରେ ସବୁ ବିଧାୟକଙ୍କ ଭୋଟ୍‌ ସଂତୃପ୍ତ ଓ ଦତ୍ତେଶ୍ୱରଙ୍କୁ ଯିବ ।

ରାଜ୍ୟସଭା ରାଜନୀତିରେ ବିଜୁ ଫ୍ୟାକ୍ଟର କେତେ କାମ କରିବ ଓ ଏହାର ଲାଭ ଦିଲ୍ଲୀପ ଉଠାଇ ପାରୁଛନ୍ତି କି ନାହିଁ ତାହା ଆଗକୁ ସ୍ପଷ୍ଟ ହେବ । ଆଉ ଯଦି ଦିଲ୍ଲୀପଙ୍କ ବିଜୁ ଲିଗାସୀ ପଲିସୀ କାମ କଲା, ତାହେଲେ ଆଗାମି ଦିନରେ ବିଜେଡି ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe