ଏବେ ହେବେନି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ : ସଂଘ ପରିବାର ଓ ଦଳ ମଧ୍ୟରେ ଅଙ୍କକଷା ଜାରି

Advertisment

ବିଜେପିର ନେତୃତ୍ୱ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କିନ୍ତୁ ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଏବଂ କିଛି ରାଜ୍ୟରେ ନିର୍ବାଚନ ପାଇଁ ନିଷ୍ପତ୍ତି ବିଳମ୍ବ ହେଉଛି । ସଂସଦର ଅଧିବେଶନ ଆଉ ୩ଦିନ ବାକି ।

ବିଜେପିର ନେତୃତ୍ୱ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କିନ୍ତୁ ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଏବଂ କିଛି ରାଜ୍ୟରେ ନିର୍ବାଚନ ପାଇଁ ନିଷ୍ପତ୍ତି ବିଳମ୍ବ ହେଉଛି । ସଂସଦର ଅଧିବେଶନ ଆଉ ୩ଦିନ ବାକି ।

BJP bb

Photograph: (kanaknews)

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି, କିନ୍ତୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହା ସମ୍ଭବ ହେବ ନାହିଁ ବୋଲି ସୂଚନା ମିଳିଛି । ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ  ହୋଇଥିଲେ ମଧ୍ୟ ନୂଆ ନେତୃତ୍ୱ ଚୟନ ପ୍ରକ୍ରିୟା ଅନିଶ୍ଚିତତା ମଧ୍ୟରେ ରହିଛି । ବିଜେପିର ନେତୃତ୍ୱ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, କିନ୍ତୁ ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଏବଂ କିଛି ରାଜ୍ୟରେ ନିର୍ବାଚନ ପାଇଁ ନିଷ୍ପତ୍ତି ବିଳମ୍ବ ହେଉଛି । ସଂସଦର ଅଧିବେଶନ ଆଉ ୩ଦିନ ବାକି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଏକାଧିକ ନେତାଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ, ସମନ୍ୱୟ ଏବଂ ମତ ଅଭାବ ଏହାକୁ ଜଟିଳ କରୁଛି । ଆଗାମୀ ନିର୍ବାଚନଗୁଡ଼ିକୁ ଦୃଷ୍ଟିରେ ରଖି ଜଣେ ଦକ୍ଷ ଏବଂ ଗ୍ରହଣୀୟ ନେତା ଚୟନ ବିଜେପି ପାଇଁ ଅତ୍ୟନ୍ତ ଜରୁରୀ । ଏହା ବ୍ୟତୀତ ସଂଘ ପରିବାର ଏବଂ ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ମତ ବିନିମୟ, ଏହି ପ୍ରକ୍ରିୟାକୁ ଆହୁରି ଜଟିଳ କରୁଛି । ସଂସଦୀୟ ଅଧିବେଶନରେ ସରକାର ବିରୋଧୀ ଦଳଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଥିବାରୁ  ପାର୍ଟି ଏକ ସ୍ଥିର ନେତୃତ୍ୱ ଚାହୁଛି । ପାର୍ଟିକୁ ଜଣେ ଦୃଢ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଆବଶ୍ୟକ, ଯିଏ ସଂଘ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବେ । ବିଜେପି ରାଷ୍ଟ୍ରୀୟ ସଭାପତି ଚୟନରେ ବିଳମ୍ୱ ଏହା ପୂର୍ବରୁ କେବିବି ହୋଇନଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦଳର ସମ୍ବିଧାନ ଅନୁଯାୟୀ ଅତି କମରେ ୧୯ଟି ରାଜ୍ୟରେ ସାଂଗଠନିକ ନିର୍ବାଚନ କରାଯିବା ଆବଶ୍ୟକ । 

ସଂସଦ ଅଧିବେଶନ ପୂର୍ବରୁ ଚୟନ ହେବେନି ବିଜେପି ସଭାପତି 
ବିଜେପି ରାଷ୍ଟ୍ରୀୟ ସଭାପତି ସମ୍ପର୍କରେ ନିଷ୍ପତ୍ତି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ
ବିଜେପିର ୩୭ଟି ସାଂଗଠନିକ ମୁଖ୍ୟଙ୍କ ମଧ୍ୟରୁ ପ୍ରାୟ ୨୭ଟିରେ ସଭାପତି ନିଯୁକ୍ତି ସରିଛି
ଏଥିରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ମଧ୍ୟ ପ୍ରଦେଶ ଭଳି ପ୍ରମୁଖ ରାଜ୍ୟ ଅନ୍ତର୍ଭୁକ୍ତ
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଜେ.ପି ନଡ୍ଡାଙ୍କୁ ଉତ୍ତରାଧିକାରୀ ମିଳିବେ କି?
ସଂସଦର ମୌସୁମୀ ଅଧିବେଶନ ପାଇଁ ମାତ୍ର ୩ ଦିନ ବାକି  
ବିଜେପି ଜାତୀୟ ସଭାପତି ଚୟନ କେବଳ ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ
ଏଥିପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ  ସହିତ ସହମତି ଆବଶ୍ୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe