କନକ ବ୍ୟୁରୋ : ଗୋଟିକ ପରେ ଗୋଟିଏ ବିଜେଡି ନେତା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ବିରୋଧ କରିବା ସହ ପାଣ୍ଡିଆନଙ୍କ ସପକ୍ଷରେ ମତ ରଖିଛନ୍ତି । ଦେବାଶିଷଙ୍କ ବିପକ୍ଷରେ ବିଜେଡ଼ି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି । କେଉଁ ରାଜନୈତିକ ଦଳ ଇଙ୍ଗିତ ରେ ସେ କାମ କରୁଛନ୍ତି ବୁଝି ହେଉନାହିଁ । କେଉଁ ଦଳକୁ ସେ ଯିବାକୁ ଇଚ୍ଛା ରଖିଛନ୍ତି । ପାଣ୍ଡିଆନ କଟକରେ ଅନେକ କିଛି ଉନ୍ନତି କାର୍ୟ୍ୟ କରିଛନ୍ତି । ପାଣ୍ଡିଆନ୍ ହଟାଓ ନାରା ଯିଏ କରୁଛି ସେ ନିଜେ ବଦନାମ୍ ।

Advertisment

ଏହାର ଜବାବରେ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ସୁବାସ ସିଂଙ୍କୁ ରାଜନୀତିକୁ ଆଉ ବିଜେଡିକୁ ଆଣିବା ଲୋକ ମୁଁ । ସେ ଜଣେ ବାମପନ୍ଥୀ ନେତା । ତାଙ୍କର ସରପଞ୍ଚ ନିର୍ବାଚନ ଜିତିବା ଔକାତ୍‌ ନାହିଁ । ଆମ ଦୟାରେ ସେ ମେୟର ହୋଇଛନ୍ତି । ସେ ମୋ ବିଷୟରେ କଣ ଟିପ୍ପଣୀ ରଖିବେ । ମତେ ପ୍ରଶ୍ନ ପଚାରିବାକୁ ସେ କିଏ ।

ସେ ପାଣ୍ତିଆନଙ୍କୁ ଟାର୍ଗେଟ କରି କହିଛନ୍ତି, ପାଣ୍ତିଆନ୍‌ ଚେଲାଚାମୁଣ୍ତାଙ୍କୁ ନେଇ ରାଜନୀତି ନ କରନ୍ତୁ । ପାଣ୍ତିଆନ ବିରୋଧୀ ନାରା ମୁଁ ଦେଇନି । ମୁଁ କେବଳ ତାଙ୍କୁ ବିଜେଡିର ଏଭଳି ସ୍ଥିତି ପାଇଁ ଦାୟୀ କରିଛି । ସେ ନିଜ ପୋଷ୍ଟର ଲଗାଇ ନିର୍ବାଚନ ପ୍ରଚାର କଲେ । ରୋଡ୍‌ ସୋ କଲେ, କାର୍ଯ୍ୟକ୍ରମ କଲେ । କିନ୍ତୁ ଫଳାଫଳ କଣ ହେଲା । ଆମର ୨୧ ସାସଂଦ ପ୍ରାର୍ଥୀ ହାରିଲେ । ସେପଟେ ୮୦ ବିଧାୟକ ବି ନିର୍ବାଚନ ହାରିଲେ । ନବୀନ ବାବୁ ଗଠନ କରିଥିବା ଆଞ୍ଚଳିକ ଦଳକୁ ଗୋଟିଏ ଲୋକ ନିଜ ମନମାନିରେ ଧ୍ୱଂସ କରିଦେଲା । ଏବେ ପ୍ରଶ୍ନ କରାଯାଉ କି ଭିକେ ପାଣ୍ତିଆନ ଓ ତାଙ୍କ ଟିମ୍‌ କେଉଁ ଦଳ ନିର୍ଦ୍ଦେଶରେ କାମ କରୁଛନ୍ତି । ପାଣ୍ତିଆନ ବିଜେଡିକୁ ବିକ୍ରି କରିସାରିଲେଣି ।