କନକ ବ୍ୟୁରୋ: ରାଜ୍ୟରେ ପୂର୍ବରୁ କଂଗ୍ରେସ ଯେମିତି ଗୁଣ୍ଡାରାଜ କରୁଥିଲା ଠିକ୍ ସେମିତି ଗୁଣ୍ଡାରାଜ୍ ଶାସନ ଚଳାଇଛି ବିଜେପି । ୨୫ ବର୍ଷ ବିଜେଡି ସରକାରରେ ଯାହା ହେଉନଥିଲା ତାହା କ୍ଷମତାକୁ ଆସିବା ପରେ କରିଚାଲିଛି ବିଜେପି ସରକାର । ରଥଯାତ୍ରାରେ ବିଭ୍ରାଟ ହେଉ କିମ୍ବା ବିଏମସି ଅଫିସରଙ୍କୁ ମାଡ଼ ଘଟଣା ସବୁଥିରେ ବିଜେପି ସରକାରର ଅପାରଗତା ଦେଖିସାରିଲେଣି ଓଡ଼ିଶାବାସୀ । ଆଉ ଏହାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ ବୋଲି କହି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଦେବାଶିଷ ସାମନ୍ତରାୟ ।
ଅନ୍ୟପଟେ କଂଗ୍ରେସକୁ ମଧ୍ୟ କଟାକ୍ଷ କରିଛନ୍ତି ଦେବାଶିଷ । ମହାବାତ୍ୟା ପରଠାରୁ ରାଜ୍ୟରେ କଂଗ୍ରେସର ଚିହ୍ନ ବର୍ଣ୍ଣ ଆଉ କିଛି ନାହିଁ । ପୂର୍ବରୁ କେନ୍ଦ୍ରରେ ସରକାରରେ ଥାଇ ସୁଦ୍ଧା ଓଡ଼ିଶା ପାଇଁ କିଛି କଲା ନାହିଁ କଂଗ୍ରେସ । ଆଉ ଏବେ କ୍ଷମତାକୁ ଆସିଲେ ଅଧିକ କ’ଣ କରିଦେବେ ? ରାହୁଲ ଗାନ୍ଧୀ ଆଗେ ରାଜ୍ୟରେ କ୍ୟାଡର ସମ୍ଭାଳନ୍ତୁ ପରେ କାହାକୁ ଟାର୍ଗେଟ କରିବେ ବୋଲି କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।