୨୦ ମାସ ହେଲା ଅଚଳ ହୋଇପଡ଼ିଛି ଲୋକାୟୁକ୍ତ; ନାହାନ୍ତି ଅଧ୍ୟକ୍ଷ କି ସଦସ୍ୟ

Advertisment

ବହୁ ଚର୍ଚ୍ଚିତ ଏହି କେଳେଙ୍କାରୀ ନେଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ଗର୍ଜନ ତର୍ଜନ କରୁଥିଲେ । ରାଜ୍ୟରେ ସରକାର ବଦଳିବା ପଛରେ ମଧ୍ୟ ଥିଲା ଏହା ଅନ୍ୟତମ କାରଣ । ଆଉ ବିଜେପି ଶାସନକୁ ଆସିବା ପରେ ଦିନା କେତେ ମନ୍ତ୍ରୀମାନେ ଦୋହରାଇଲେ ଯେ ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ ରାଜ୍ୟ ସରକାର ।

ବହୁ ଚର୍ଚ୍ଚିତ ଏହି କେଳେଙ୍କାରୀ ନେଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ଗର୍ଜନ ତର୍ଜନ କରୁଥିଲେ । ରାଜ୍ୟରେ ସରକାର ବଦଳିବା ପଛରେ ମଧ୍ୟ ଥିଲା ଏହା ଅନ୍ୟତମ କାରଣ । ଆଉ ବିଜେପି ଶାସନକୁ ଆସିବା ପରେ ଦିନା କେତେ ମନ୍ତ୍ରୀମାନେ ଦୋହରାଇଲେ ଯେ ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ ରାଜ୍ୟ ସରକାର ।

Lokayukta Delay

Lokayukta Delay Photograph: (Kanak News)

କନକ ବ୍ୟୁରୋ : ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ । କଥା କଥାକେ ଏମିତି କହୁଛନ୍ତି ରାଜ୍ୟ ସରକାର । ହେଲେ ଦୁର୍ନୀତି ଦୁର୍ନୀତିକୁ ରୋକିବା ପାଇଁ ସବୁଠୁ ବଡ ଅସ୍ତ୍ର ଏବେ ଅକାମୀ । ୧୮ମାସ ହେବ କୋମାରେ ଲୋକାୟୁକ୍ତ । ଅଧ୍ୟକ୍ଷ, କମିସନ ନିଯୁକ୍ତି ଦେବାକୁ ଯେମିତି ଭୁଲି ଯାଇଛନ୍ତି ସରକାର ।

ବହୁ ଚର୍ଚ୍ଚିତ ଏହି କେଳେଙ୍କାରୀ ନେଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ନେତା ଗର୍ଜନ ତର୍ଜନ କରୁଥିଲେ । ରାଜ୍ୟରେ ସରକାର ବଦଳିବା ପଛରେ ମଧ୍ୟ ଥିଲା ଏହା ଅନ୍ୟତମ କାରଣ । ଆଉ ବିଜେପି ଶାସନକୁ ଆସିବା ପରେ ଦିନା କେତେ ମନ୍ତ୍ରୀମାନେ ଦୋହରାଇଲେ ଯେ ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ ରାଜ୍ୟ ସରକାର । ହେଲେ ବାସ୍ତବତା ହେଲା, ରାଜ୍ୟରେ ନେତା, ମନ୍ତ୍ରୀ, ବାବୁଙ୍କୁ ଧରିବା ପାଇଁ ଥିବା ବ୍ୟବସ୍ଥା ଅଚଳ । ହଁ ଆମେ ଲୋକାୟୁକ୍ତଙ୍କ କଥା ହିଁ କହୁଛୁ । ୨୦ ମାସ ଧରି କୋମାରେ ପଡ଼ିଛି ଲୋକାୟୁକ୍ତ ସଂସ୍ଥା । ୨୦୨୪ ମାର୍ଚ୍ଚ ୧୪ ପରଠାରୁ ଲୋକାୟୁକ୍ତ ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି । ଅଗଷ୍ଟ ୭ରୁ ଜଣେ ବି ସଦସ୍ୟ ନିଯୁକ୍ତି ପାଇନାହାନ୍ତି ।

ଅଧିକ ପଢ଼ନ୍ତୁ : ଦେବାଶିଷଙ୍କ ବନ୍ଧୁମିଳନ ନେଇ ବଢ଼ିଲା ଚର୍ଚ୍ଚା: ଏକାଠି ହେଲେ ଅସନ୍ତୁଷ୍ଟ ଗୋଷ୍ଠୀ

ଏ ପ୍ରସଙ୍ଗ ଏବେ ଏଇଥିପାଇଁ ଚର୍ଚ୍ଚାକୁ ଆସୁଛି ଯେ ରାତିପାହିଲେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି କୁବେର ବାବୁ । ସମ୍ପତ୍ତି ଦେଖି ଆଖି ଖୋସି ହୋଇଯାଉଛି । ସରକାର ବାହାବା ଗୋଟାଉଛନ୍ତି, ହେଲେ ମୂଳକୁ ଯାଉନାହାନ୍ତି କି ଅସଲ କାର୍ପଟଦାର ଆସୁନାହାନ୍ତି ସାମ୍ନାକୁ ।

ରାଜ୍ୟର ଦୁର୍ନୀତି ମୂଳୋତ୍ପାଟନ ପାଇଁ ଥିବା ପ୍ରମୁଖ ସଂସ୍ଥାରେ ଦୁର୍ନୀତି ଅଭିଯୋଗ ଫାଇଲକୁ କାବୁ କରିଛନ୍ତି ଅଳନ୍ଧୁ । ଗଦା ଗଦା ଫାଇଲ ପଡିଛି, ସମାଧାନ କରିବାକୁ କେହି ନାହାନ୍ତି । ତଥ୍ୟ କହୁଛି, ୨୦୨୪ରେ ୪୪୪ଟି ମାମଲା ଲୋକାୟୁକ୍ତକୁ ଆସିଥିବା ବେଳେ ସମାଧାନ ହୋଇଛି ମାତ୍ର ୧୪୯ । ୨୦୨୫ ମେ ୩୧ ସୁଦ୍ଧା ୮୩ଟି ମାମଲା ଆସିକି ପଡ଼ିଛି । ହେଲେ ସରକାରଙ୍କର ଏଥିପ୍ରତି ଯେପରି ଆଦୌ ନିଘା ନାହିଁ ।

ନିୟମ ଅନୁସାରେ ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ନିଯୁକ୍ତି ପ୍ରକ୍ରିୟା । ଗଠନ ହୋଇଥାଏ ସର୍ଚ୍ଚ କମିଟି, ଯିଏ ଲୋକାୟୁକ୍ତ ଓ ସଦସ୍ୟଙ୍କ ନାମ ସୁପାରିସ କରିଥାନ୍ତି । ପରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବାଚସ୍ପତିଙ୍କୁ ନେଇ ଗଠିତ ତିନି ଜଣିଆ ଚୟନ କମିଟି ନେଇଛାନ୍ତି ଚୂଡାନ୍ତ ନିଷ୍ପତ୍ତି । ମୋହର ମାରନ୍ତି ରାଜ୍ୟପାଳ । ସରକାରଙ୍କ କାଳକ୍ଷେପଣ ନୀତି କାରଣରୁ ପ୍ରସଙ୍ଗଟି ଏବେ ହାଇକୋର୍ଟ ଯାଇଛି । ଏବେ ଅପେକ୍ଷା, ଜାନୁଆରି ୧୩ରେ ହାଇକୋର୍ଟଙ୍କୁ କଣ ଜଣାଇବେ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe