କନକ ବ୍ୟୁରୋ : ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଏନେଇ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ୧୫ ବିଧାୟକଙ୍କ ସମର୍ଥନରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଚିଠି ଦିଆଯାଇଛି । ଦେଢ଼ ବର୍ଷର ମୋହନ ସରକାର ଓଡ଼ିଶାବାସୀଙ୍କ ସୁଶାସନ ଦେବା ବିଫଳ ଦର୍ଶାଇ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଥିଲା କଂଗ୍ରେସ ।
ଅନାସ୍ଥା ଆଣି ଲୋକ ହସା ହେବ କଂଗ୍ରେସ । ସଂଖ୍ୟା ନଥାଇ ଅନାସ୍ଥା ଆଣିବା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସର ଷ୍ଟଣ୍ଟ । କଂଗ୍ରେସ ଅନାସ୍ଥା ଆଣିବା ଜଗତେ କେବଳ ଜନେ ହସିବେ । ୱାନ୍ ଟେନ ସଂଖ୍ୟା ଥାଇ ଅନାସ୍ଥା ଆଣିବା ଚାଇନା ସହ ଶ୍ରୀଲଙ୍କା ଏବଂ ଭାରତ ସହ ବାଂଲାଦେଶ ସହ ଯୁଦ୍ଧ ହେବା ଭଳି କଥା । ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ତା ପରେ ବି ଯଦି ଆଣିବେ କେବଳ ଲୋକ ହସା ହେବେ ।
କଂଗ୍ରେସର ଅନାସ୍ଥା ପ୍ରସଙ୍ଗ ନେଇ ବିଜେଡିର ପ୍ରତିକ୍ରିୟା ରଖିଛି । ବିଜେଡି ସହ କଂଗ୍ରେସ ଆଲୋଚନା କରିନାହାନ୍ତି । ବିଜେଡି ସମର୍ଥନ ନେଇ ବିଧାୟକ ପ୍ରତାପ ଦେବଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ସେ କହିଲେ ସନ୍ଧ୍ୟା ୫ ଟାରେ ବିଜେଡିର ବୈଠକ ଅଛି । ସେଠି ଏକଥା ଆଲୋଚନା କରି ଆମକୁ ନିଷ୍ପତ୍ତି ଜଣାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/congress-2025-09-18-16-25-37.jpg)