କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରମ୍ବାର ପ୍ରଶଂସା କରିବାକୁ ନେଇ କଂଗ୍ରେସ ସାଂସଦ ଶଶୀ ଥରୁର ଓ ଦଳ ମଧ୍ୟରେ ଚାଲିଥିବା ବିବାଦ ଆଜି ଆହୁରୀ ତୀବ୍ର ହୋଇଛି । ବିଦେଶୀ ଆକ୍ରମଣ ସମୟରେ ଦେଶ ପ୍ରଥମ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମତ ଦେଇଛନ୍ତି । ମାତ୍ର କିଛି ଲୋକଙ୍କ ପାଇଁ ମୋଦୀ ପ୍ରଥମ ବୋଲି କହି ଶଶି ଥରୁରଙ୍କୁ ତାତ୍ସଲ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା ସମାଲୋଚିତ ହେବାର କିଛି ସମୟ ପରେ ଶଶି ଥରୁର ଦାର୍ଶନିକ କ୍ରମରେ ଏହାର ଜବାବ ଦେଇଛନ୍ତି । ‘ଉଡ଼ିବା ପାଇଁ କୌଣସି ଅନୁମତି ଦରକାର ନାହିଁ । କାହିଁକି ନା ଡେଣା ହେଉଛି ନିଜର ଆଉ ଆକାଶ କାହାର ଜାଗିର ନୁହେଁ’ । ଏହାର ଅର୍ଥ ଦେଶକୁ ଶତ୍ରୁ କବଳରୁ ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ସମ୍ଭବରେ ଯାହା କରିପାରିବେ ତାହା କରିବା ଉଚିତ । ଏଥିପାଇଁ କାହାରି ଅନୁମତି ଦରକାର ନାହିଁ ।
ଅପେରସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି କଂଗ୍ରେସ ସାଂସଦ ଶଶି ଥରୁର ଦଳୀୟ ସମାଲୋଚନାର ଶିକାର ହେଉଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କ୍ରମରେ ତାଙ୍କୁ ଦେଶର ମୂଲ୍ୟବାନ ସମ୍ପତ୍ତି ବୋଲି ଶଶି ଥରୁରଙ୍କ ଆଲେଖ୍ୟ, କଂଗ୍ରେସର ଧଯ୍ୟକୁ ଭାଙ୍ଗିଦେଇଛି । ଖୋଦ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏଥିପାଇଁ ଶଶିଙ୍କ ତାତ୍ସଲ୍ୟ କରିବାକୁ ପଛାଇ ନାହାଁନ୍ତି ।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ସ୍ଥିରିକୃତ ପାର୍ଟିଲାଇନ ବିରୋଧରେ ଯାଇ ସାଂସଦ ଶଶି ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି । ମାତ୍ର ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ କଂଗ୍ରେସ ମତବାଦ, ବିରୋଧ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଯଥେଷ୍ଟ ପ୍ରଶଂସା କରିଛନ୍ତି । ଏମିତିରେ ତିରୁଅନନ୍ତପୁରମ ସାଂସଦ ଥିବା ଶଶିଙ୍କ କେରଳ କଂଗ୍ରେସ ନେତୃବୃନ୍ଦଙ୍କ ସହ ଭଲ ସମ୍ପର୍କ ନାହିଁ । ଏହା ସତ୍ତ୍ୱେ ହାଇକମାଣ୍ଡଙ୍କ ସମର୍ଥନରେ ଶଶି ୪ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ଏବେ ହାଇକମାଣ୍ଡଙ୍କ ସହ ଶଶିଙ୍କ ମୁହାଁମୁହିଁ ସ୍ଥିତି ଆସିଲାଣି । ଏହି ପରିପେକ୍ଷରେ ବାରମ୍ବାର ନିଜର ଖଣ୍ଡନ ସତ୍ତ୍ୱେ ଶଶି ଥରୁର ବିଜେପି ମୁହାଁ ହେବା ସ୍ୱାଭାବିକ ।