Shashi Tharoor Photograph: (Internet)
କନକ ବ୍ୟୁରୋ : ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ କାର୍ଯ୍ୟକାରୀ କମିଟି- ସିଡବ୍ଲୁସି ବୈଠକ ଆରମ୍ଭ ହୋଇଛି । ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷତା କରୁଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ବହୁ ବରିଷ୍ଠ ନେତା ଓ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ସାମିଲ ହୋଇଛନ୍ତି । ସାଂସଦ ଶଶୀ ଥରୁରଙ୍କୁ ବୈଠକରେ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ : କେରଳରେ ବିଜେପିର ବଡ଼ ବିଜୟ; ବି ବି ରାଜେଶ ହେଲେ ନୂଆ ମେୟର
ପୂର୍ବରୁ ଦଳର ବହୁ କାର୍ଯ୍ୟକ୍ରମରୁ ଥରୁର ଦୂରେଇ ରହିଥିଲେ । ରାହୁଲ ଗାନ୍ଧୀଙ୍କ ଆମନ୍ତ୍ରଣ ସତ୍ତ୍ୱେ ଯାଇ ନଥିଲେ ଥରୁର । କଂଗ୍ରେସକୁ ଅଡୁଆରେ ପକାଇବା ଭଳି କିଛି ମନ୍ତବ୍ୟ ଦେଇ ଶଶୀ ଥରୁର ଚର୍ଚ୍ଚାରେ ଥିଲେ । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । କିନ୍ତୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାର ଯୋଗ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ କିଛି ମାସ ହେଲା ଟଣାଓଟରା ଲାଗିଛି । ତେବେ ସିଡବ୍ଲୁସି ବୈଠକକୁ ଉପମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇ ନଥିବାରୁ ସେ ଯୋଗଦେଇ ନଥିବା ଶିବକୁମାର କହିଛନ୍ତି ।
Follow Us