କନକ ବ୍ୟୁରୋ : ରାଜ୍ୟରେ ମହିଳା ଓ ଦଳିତ ନିର୍ଯାତନା ଘଟଣାଙ୍କୁ ନେଇ ହୁଲୁସ୍ତୁଲ ଓଡ଼ିଶା । ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳ ବିଜେଡିର ପଦକ୍ଷେପ ପଛରେ ପଡ଼ିଥିବାବେଳେ ଆକ୍ରମଣାତ୍ମକ ଭୂମିକାରେ ଭକ୍ତ ଦାସଙ୍କ ଟିମ୍‌ ।

Advertisment

କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗୋପାଳପୁର ଯାଇ ଗ୍ରାଉଣ୍ଡରେ ସ୍ଥିତି ଦେଖିଲେ । ଆଜି ଧରାକୋଟ୍ ଯାଇଥିଲେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ପୀଡ଼ିତଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଓ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା । ପୁଲିସ ନିରୀହ ଲୋକଙ୍କୁ ଗିରଫ କରି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ମୌନ ସମର୍ଥନ ଦେଉଛି ବୋଲି କହିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ।