କନକ ବ୍ୟୁରୋ: କଂଗ୍ରେସକୁ କଟାକ୍ଷ କଲେ ବିଜେପି ବିଧାୟକ । ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତ ନେଇ କଡ଼ା ସମାଲୋଚନା କରିଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ । ବିଭୂତି କହିଛନ୍ତି, କଂଗ୍ରେସକୁ ଆମେ ଗୋଟେ ଦଳ ଭାବେ ଗଣୁନୁ କିମ୍ବା ରାହୁଲ ଗାନ୍ଧୀ ଆସିଲେ ଓଡ଼ିଶାରେ କିଛି ଓଲଟପାଲଟ ହୋଇଯିବ ବୋଲି ଭାବୁନୁ । ରାହୁଲ ଗାନ୍ଧୀ ଓଡ଼ିଶା ଆସନ୍ତୁ ଆସିବା ଉଚିତ୍ କାରଣ ସେ କେବେ ଓଡ଼ିଶା ଆସିଥିଲେ ମୋର କାଇଁ ମନେପଡୁନି । ଏବେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସନ୍ତୁ କିଛି ପ୍ରଭାବ ପଡ଼ିବନି ।
ବିଭୂତି ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯଦି ଆମକୁ ଗାଳି ଦିଅନ୍ତି ସେଇଟା ଆମ ପାଇଁ ବରଦାନ ହେବ । କାରଣ ରାହୁଲ ଗାନ୍ଧୀ ପୂର୍ବରୁ ଯାହା ଯାହା ବୟାନ ଦେଇଛନ୍ତି ସେଥିରେ ମୋଦୀ ଜୀ ଅଧିକ ଉପରକୁ ଉଠି ଉଠି ଯାଇଛନ୍ତି । ଓଲଟି ରାହୁଲ ଗାନ୍ଧୀ ଯେବେ ଯେବେ ଯାହାକିଛି କୁହନ୍ତି ସେଥିରେ କଂଗ୍ରେସର ଭଲ ହୋଇଛି ନା ମନ୍ଦ? ରାହୁଲ ଗାନ୍ଧୀଙ୍କ ଭାଷଣ ଦ୍ୱାରା କେଉଁ ରାଜ୍ୟରେ କଂଗ୍ରେସ ଭଲ କରିଛି କହିପାରିବେ କି? ଏମିତି କିଛି ଶାଣିତ ଢଙ୍ଗରେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/07/10/21ss-2025-07-10-17-25-14.jpg)