ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସର ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା

Advertisment

ଓଡ଼ିଶା ପାଇଁ ୩୫ ଜଣିଆ ତାଲିକା ଘୋଷଣା କଲା ଏଆଇସିସି । ସଂଗଠନ ସୃଜନ ଅଭିଯାନ ଜରିଆରେ ବଛାଯିବ ଜିଲ୍ଲା ସଭାପତି ।

ଓଡ଼ିଶା ପାଇଁ ୩୫ ଜଣିଆ ତାଲିକା ଘୋଷଣା କଲା ଏଆଇସିସି । ସଂଗଠନ ସୃଜନ ଅଭିଯାନ ଜରିଆରେ ବଛାଯିବ ଜିଲ୍ଲା ସଭାପତି ।

district president

Photograph: (Kanak News)

କନକ ବ୍ୟୁରୋ : ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ । ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି । ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ । ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ । ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର ।

ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି । ଯେଉଁମାନେ ଖୁବଶୀଘ୍ର ଓଡ଼ିଶା ଆସିବା ସହ ତୃଣମୂଳସ୍ତରରେ ବୁଲି ସଙ୍ଗଠନ ବାବଦରେ ଆଲୋଚନା କରିବେ । ଓଡ଼ିଶାରେ ବିଜେଡି ଶାସନରୁ କ୍ଷମତାଚ୍ୟୁତ ହେବା ପରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଚାହୁଁଛି କଂଗ୍ରେସ । ଏହି ଫର୍ମୁଲାରେ ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣାରେ ଜିଲ୍ଲା ସଭାପତି ବାଛିଛି କଂଗ୍ରେସ । ଏବେ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶାରେ ସମାନ ଫର୍ମୁଲା ଆପଣାଇବ ଦଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe