କନକ ବ୍ୟୁରୋ : ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ । ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି । ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ । ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ । ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର ।
ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଏଆଇସିସି । ଯେଉଁମାନେ ଖୁବଶୀଘ୍ର ଓଡ଼ିଶା ଆସିବା ସହ ତୃଣମୂଳସ୍ତରରେ ବୁଲି ସଙ୍ଗଠନ ବାବଦରେ ଆଲୋଚନା କରିବେ । ଓଡ଼ିଶାରେ ବିଜେଡି ଶାସନରୁ କ୍ଷମତାଚ୍ୟୁତ ହେବା ପରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଚାହୁଁଛି କଂଗ୍ରେସ । ଏହି ଫର୍ମୁଲାରେ ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣାରେ ଜିଲ୍ଲା ସଭାପତି ବାଛିଛି କଂଗ୍ରେସ । ଏବେ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶାରେ ସମାନ ଫର୍ମୁଲା ଆପଣାଇବ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/15/district-president-2025-08-15-22-58-21.jpg)