ଲୋୟର ପିଏମ୍‌ଜିରେ ଖଣ୍ଡଯୁଦ୍ଧ; ଆହତ ନେତା ଓ ପୁଲିସ

Advertisment

ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଭୁବନେଶ୍ୱର ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଛି । ପୁଲିସ ସହ ଧସ୍ତାଧସ୍ତି ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଭୁବନେଶ୍ୱର ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଛି । ପୁଲିସ ସହ ଧସ୍ତାଧସ୍ତି ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

BJD Leader and police injured

Photograph: (Kanak News)

କନକ ବ୍ୟୁରୋ : ଲୋକସେବା ଭବନ ଘେରାଉ ବେଳେ ଆଜି ଲୋୟର ପିଏମ୍‌ଜିରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ନେତା ଓ ପୁଲିସ । ଧସ୍ତାଧସ୍ତିରେ ଉଭୟ ପକ୍ଷର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଭୁବନେଶ୍ୱର ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଛି । ପୁଲିସ ସହ ଧସ୍ତାଧସ୍ତି ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୁଲିସକୁ ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗରେ ଆହତ ହୋଇଛନ୍ତି ବିଜେଡି ନେତା ଓ କର୍ମୀ । ବିଜେଡିର ନେତା ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବିଜେଡି ନେତାଙ୍କ ଭଳି କିଛି ପୁଲିସ ବି ଆହତ ହୋଇଛନ୍ତି । ଆହତ ପୁଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ପୁଲିସ୍ କମିସନର ଆହତଙ୍କୁ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି । ତେବେ ସରକାରରୁ ଯିବା ପରେ ପ୍ରଥମ ଥର ଲାଗି ବିଜେଡିକୁ ଏଭଳି ମୁଦ୍ରାରେ ଦେଖିବାକୁ ମିଳିଛି । ବିରୋଧୀ ଭାବେ ସରକାର ବିରୋଧରେ ବିଜେଡି ଆନ୍ଦୋଳନକୁ ଜୋରଦାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe