କନକ ବ୍ୟୁରୋ : ଚିରାଗ ପାସୱାନ୍, ରାଜନୀତିରେ ଏକ ସକ୍ରିୟ ଚେହେରା । ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ । କେନ୍ଦ୍ର ମନ୍ତ୍ରୀ । ବିହାର ରାଜନୀତିରେ ବି ଚର୍ଚ୍ଚିତ ଚେହେରା । ଏତେ କ୍ଷମତାରେ ଥିବା ସତ୍ବେବି ତାଙ୍କୁ ହତ୍ୟା ଧମକ ମିଳିଛି । ଚଳିତ ବର୍ଷ ଶେଷରେ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି । ନିର୍ବାଚନ ପ୍ରଚାରରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି । ଏହି ସମୟରେ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମିଳିଛି । ଲୋକ ଜନଶକ୍ତି ପାର୍ଟି ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ବୋମା ମାଡ଼ର ଧମକ ମିଳିଛି ।
ହତ୍ୟା ଧମକ ମିଳିବା ପରେ, କେନ୍ଦ୍ରମନ୍ତ୍ରୀ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇଥିବା ବେଳେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ସୋସିଆଲ ମିଡିଆରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଦିଆଯାଇଥିବା ହତ୍ୟା ଧମକ ସମ୍ପର୍କରେ ସାଇବର ପୁଲିସରେ ବି ଅଭିଯୋଗ କରିଛନ୍ତି ।
ଚିରାଗ ପାସୱାନ ୨୦୨୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଏକ ବଡ଼ ବିଜୟ ହାସଲ କରିଥିଲେ । ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ସକ୍ରିୟ ରାଜନୀତିରେ ଯୋଗ ଦେବା ପୂର୍ବରୁ, ଚିରାଗ ଜଣେ ବଲିଉଡ ଅଭିନେତା ମଧ୍ୟ ଥିଲେ । ସିନେମା ଜଗତରେ କ୍ୟାରିଅର ଆରମ୍ଭ କରିଥିବା ଚିରାଗ ପାସୱାନ ବର୍ତ୍ତମାନ ତାଙ୍କ ପିତା ରାମବିଳାସ ପାସୱାନଙ୍କ ରାଜନୈତିକ ଉତ୍ତରାଧିକାରକୁ ସମ୍ଭାଳିଛନ୍ତି ।
କଣ ପାଇଁ ଟାର୍ଗେଟରେ ଚିରାଗ?
ଚିରାଗଙ୍କୁ ଏପରି ହତ୍ୟା ଧମକ ପଛରେ ବିହାର ନିର୍ବାଚନ କାରଣ ହୋଇପାରେ ବୋଲି କୁହାଯାଉଛି । ପୂର୍ବରୁ, ଛାପ୍ରାରେ ଆୟୋଜିତ 'ନବ ସଂକଳ୍ପ ମହାସଭା'କୁ ସମ୍ବୋଧିତ କରିବା ସମୟରେ, ଚିରାଗ ପାସୱାନ ବିହାରର ସମସ୍ତ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିଲେ । ସେ କହିଥିଲେ, ଯେତେବେଳେ ସେ ବିହାର ଆସି ନିର୍ବାଚନ ଲଢ଼ିବା ବିଷୟରେ କଥା ହୁଅନ୍ତି, ଅନେକ ଲୋକ ବିରକ୍ତ ହୋଇଯାଆନ୍ତି । ତାଙ୍କୁ ପଚରାଯାଏ ଯେ ସେ କେତେ ଆସନରେ ଲଢ଼ିବେ । ଏବେ ସେ ବିହାରର ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଘୋଛଣା କରିଛନ୍ତି ।
‘ମୁଁ କାହାକୁ ଭୟ କରେ ନାହିଁ’
ସେହି ସମୟରେ ସେ ସ୍ପଷ୍ଟ କରିଥିଲେ, ସେ ଏନଡିଏର ଅଂଶ ରହିବେ ଏବଂ ଚିରାଗ ପାସୱାନ ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବେ । କାହାର ନାମ ନ ନେଇ ସେ କହିଥିଲେ, "ତାଙ୍କୁ ବିହାର ଆସିବାରୁ ରୋକିବା ପାଇଁ ଏକ ଷଡ଼ଯନ୍ତ୍ର ଚାଲିଛି, କିନ୍ତୁ ସେ କାହାକୁ ଭୟ କରିବେ ନାହିଁ । ଚିରାଗ କହିଥିଲେ, ମୁଁ ନିର୍ବାଚନ ଲଢ଼ିବି... ମୁଁ ବିହାରର ଲୋକଙ୍କ ପାଇଁ, ମୋ ଭାଇମାନଙ୍କ ପାଇଁ, ମୋ ମା'ମାନଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ ନିର୍ବାଚନ ଲଢ଼ିବି ଏବଂ ବିହାରରେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବି, ଏପରି ଏକ ବିହାର ସୃଷ୍ଟି କରିବି, ଯାହା ପ୍ରକୃତରେ ରାଜ୍ୟକୁ ବିକାଶ ପଥରେ ଆଗକୁ ନେଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/12/chirag-2025-07-12-09-03-50.jpg)