ପଛୁଆ ଅଞ୍ଚଳ ଚିହ୍ନଟ କରି କାମ କରନ୍ତୁ ଜିଲ୍ଲାପାଳ : ନବରଙ୍ଗପୁରରେ ଗର୍ଭବତୀ ଖଟିଆରେ ବୁହାହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଲେ ତାଗିଦ

Advertisment

ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

cm f

Photograph: (kanaknews)

କନକ ବ୍ୟୁରୋ : ପଛୁଆ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା । ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଏବେ ବି ରାଜ୍ୟରେ ନଗଡା ଭଳି ଅନେକ ଅଞ୍ଚଳ ଅଛି । ସେ ଅଞ୍ଚଳକୁ ଯାହା ସେବା ଆବଶ୍ୟକ ରହିଛି, ତାକୁ ପହଞ୍ଚାଯିବ । ଏବେ ମଧ୍ୟ ଅନେକ ଅପହଞ୍ଚ ଅଞ୍ଚଳ ରହିଛି । ଆଉ ଦାନ ମାଝୀ ଭଳି ବ୍ୟକ୍ତି ବି ଅଛନ୍ତି । ତେଣୁ ଜିଲ୍ଲାପାଳମାନେ ସିଧାସଳଖ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ସମସ୍ତେ ଆଗେଇ ଆସିଲେ ଆକାଂକ୍ଷା ଜିଲ୍ଲା ଓ ବ୍ଲକ ଗୁଡିକୁ ଆଗେଇ ନେଇ ପାରିବା । ନବରଙ୍ଗପୁରରେ ଜଣେ ଗର୍ଭବତୀଙ୍କୁ ଖଟରେ ବୁହାହେଉଥିବା ଖବର ଗଣମାଧ୍ୟମରେ ଦେଖିବା ପରେ ତୁରନ୍ତ ଏହାର ସମାଧାନ କରିବା ଉପରେ ପ୍ରାଥମିକତା ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe